83
ବୋଡେ଼ନ -୧/୧୦ (ଜଗତରାମ ଦଣ୍ଡସେନା) ଆଜି ଅପରାହ୍ନ ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଖଇରା ପଞ୍ଚାୟତ ର ଶୁକଳପୁର ଗ୍ରାମ ଲରେ ଚାରିଜଣ ଚାଷୀଙ୍କର ତେର ଗୋଟି ଗାଈଗୋରୁଙ୍କୁ ବିଜୁଳି ମାରିଦେବା ରୁ ଜୀବନ ଚାଲି ଯାଇଛି l ଗୋରୁମାନେ ପାହାଡ ଭିତରେ ବିଶ୍ରାମ ନେଉଥିଲେ, ସେ ସମୟ ରେ ଘଡଘଡି ସହ ବର୍ଷା ହୋଇ ଥିଲା, ଘଟଣା ସ୍ଥଳରେ ହିଁ ସମସ୍ତ ଗୋରୁଙ୍କ ମୃତ୍ୟୁ ହୋଇଛି । ଚାଷୀମାନେ ଗରିବ ଶ୍ରେଣୀର ହୋଇଥିବାରୁ ଏହାର ତଦନ୍ତ କରି ଆର୍ଥିକ କ୍ଷତି ପୂରଣ ସରକାର ତରଫରୁ ଯୋଗାଇଦେବାକୁ ଅଞ୍ଚଳ ବାସୀଙ୍କ ତରଫରୁ ସାଧାରଣରେ ଦାବୀ ହୋଇଛି।