8

ବୋଡେ଼ନ -୨୩/୩ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ଏକ ବ୍ଲକ ସଦର ମହକୁମା ହେଲେ ମସଜିଦ ପଡ଼ା ଓ ଦଣ୍ଡସେନା ପଡ଼ାରୁ ନିର୍ଗତ ହେଉଥିବା ମଇଳା ପାଣି ରାସ୍ତାକୁ ମାଡିଆସି ଦୂଷିତ ପରିବେଶ ସୃଷ୍ଟି କରୁଛି । ଏଇ ବାଟଦେଇ ଅନେକ ବାଟୋଇ ତଥା କାର ଓ ବାଇକ ଚାଲିଥାଏ । ସନ୍ତସନ୍ତିଆ ରାସ୍ତାର ଦୂଷିତ ମଇଳା ପାଣି ଲୋକଙ୍କୁ ନାକେ ଦମ କରିଦେଉଛି । ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ଏଠାରେ କିପରି କାହାରି ଦୃଷ୍ଟି ପଡୁ ନାହିଁ ଘୋର ଆଶ୍ଚର୍ୟ୍ଯ ର କଥା। ଏଣୁ ବ୍ଲକ ପ୍ରଶାସନ ଡ୍ରେନ ସ୍ୱଚ୍ଛତା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦୃଢ ଦାବୀ ହେଉଛି ।