Home ରାଜ୍ୟନେସନାଲ ମହାବିଦ୍ୟାଳୟରେ ଅନ୍ତଃ ଅଭିଯୋଗ କମିଟି ର ଏକ ଦିବସୀୟ କର୍ମଶାଳା

ନେସନାଲ ମହାବିଦ୍ୟାଳୟରେ ଅନ୍ତଃ ଅଭିଯୋଗ କମିଟି ର ଏକ ଦିବସୀୟ କର୍ମଶାଳା

by Maraguda Express
0 comments

ନୂଆପଡ଼ା – ୨୫/୭ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ସିଲଦା ସ୍ଥିତ ନେସନାଲ ମହାବିଦ୍ୟାଳୟ ଠାରେ ସରକାର ଙ୍କ ଚିଠି ନମ୍ବର ୩୮୦୭୦ ଅନୁଯାୟୀ ଅଧ୍ୟକ୍ଷ ହିତେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ଅନ୍ତଃ ଅଭିଯୋଗ କମିଟି ତରଫରୁ ଏକ ଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଯୌନ ନିର୍ଯ୍ୟାତନା ନିବାରଣ ଆଇନ ୨୦୧୩ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୨୦୧୫ ସମ୍ପର୍କରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ,ସହଯୋଗୀ କର୍ମଚାରୀ ଙ୍କ ଦ୍ୱାରା ବିଭିନ୍ନ ଦିଗ ରେ ପୁଙ୍ଖାନୁପୁଙ୍ଖ ଆଲୋଚନ ହୋଇଥିଲା । କାର୍ଯ୍ୟରତ ମହିଳା କର୍ମଚାରୀ ତଥା ଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କୁ ଅଧିକ କ୍ରିୟାଶୀଳ ଏବଂ ସଫଳ କରିବା ପାଇଁ ” ସାହାଯ୍ୟ ରେଖା ନମ୍ବର-୧୮୧” ର ପ୍ରଚାର ସହ “ସମ୍ବେଦନଶୀଳ ଓ ସଚେତନମୂଳକ ଏକ ଦିବସୀୟ କର୍ମଶାଳା ର ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷ ହିତେଶ କୁମାର ସାହୁ କାର୍ଯ୍ୟକ୍ରମ ର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ବିଶଦ ରୂପେ ସୂଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ର କାର୍ଯ୍ୟରତ ପ୍ରତ୍ୟେକ କର୍ମଚାରୀ, ସହଯୋଗୀ ମହିଳା ସୁରକ୍ଷା ସମ୍ବନ୍ଧରେ ସତର୍କତା ଅବଲମ୍ବନ କରିବା ପାଇଁ ଶପଥ ପାଠ କରିଥିଲେ । ଉକ୍ତ ସମୟରେ ଅନ୍ତଃ ଅଭିଯୋଗ କମିଟି ର ମୁଖ୍ୟ ଶ୍ରୀମତୀ ମମତା ପଟ୍ଟନାୟକ,ଅଧ୍ୟାପିକ ନନ୍ଦିନୀ ମଞ୍ଜରୀ ହୋତା,ବିଧାନ ଚନ୍ଦ୍ର ମିଶ୍ର, ଡ. ପ୍ରଣତୀ ପଣ୍ଡା, ସମ୍ମାନିତ ଅତିଥି ଥୋମାସ କେରକେଟା( ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକାରୀ,ନୂଆପଡ଼ା), ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀମତୀ ବବିତା ମିଶ୍ର, (ଆଇନ ବିଶେଷଜ୍ଞ) ଯୋଗଦାନ୍ କରିଥିଲେ। ପ୍ରକାଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲା ବେଳେ ଡ.ପ୍ରଣତୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha