Home ରାଜ୍ୟବୋଡେ଼ନ ଷ୍ଟ୍ରକ୍ଚର ରୁ ଖଇରା କୁ ବିଜୁଳି ସଂଯୋଗ କେବେହେବ ? ଉପଭୋକ୍ତା ହନ୍ତସନ୍ତ

ବୋଡେ଼ନ ଷ୍ଟ୍ରକ୍ଚର ରୁ ଖଇରା କୁ ବିଜୁଳି ସଂଯୋଗ କେବେହେବ ? ଉପଭୋକ୍ତା ହନ୍ତସନ୍ତ

by Maraguda Express
0 comments

ବୋଡେ଼ନ -୨/୮ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଖଇରା ଗ୍ରାମ ପଞ୍ଚାୟତ ର ପ୍ରାୟ ପାଞ୍ଚଟି ଗ୍ରାମ ଓ ସୁନାପୁର ପଞ୍ଚାୟତ ର ତିନୋଟି ଗ୍ରାମକୁ ସୁଦୂର ୨୫ କିଲୋମିଟର ଖଡ଼ିଆଳ ଷ୍ଟ୍ରକ୍ଚର, ଖୁଦପେଜ ଫିଡ଼ର ରୁ ଲାଇଟ ସଂଯୋଗ ହୋଇଛି l ହେଲେ ଏହା ୨୫ଟି ଗ୍ରାମ ଦେଇ ଖଇରା କୁ ଆସିଥିବାରୁ କୋଉଠି କଣ ହେଲେ ତୁରନ୍ତ ଶଟ ଡାଉନ ଦେଇ ଫଲଟି ହେଲାବୋଲି ବିଜୁଳି ଲାଇନ ମେନ କହନ୍ତି l ଟାଟା ପାୱାର କମ୍ପାନୀ ବିଜୁଳୀ ଯୋଗାଣ କଲେ ଉତ୍ତମ ସେବା ଓ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଜନସାଧାରଣ ଆଶା ପୋଷଣ କରିଥଲେ କିନ୍ତୁ ଉପରୋକ୍ତ ସମସ୍ୟା ଦେଖିଲେ ଆଶା ମଉଳି ଯାଇଛି। ବୋଡେ଼ନ ଷ୍ଟ୍ରକଚର ମାତ୍ର ୧ କିଲୋମିଟର ଦୂରେ ଅର୍ଥାତ ବୋରନିଆପଡା ରେ ବୋଡେ଼ନ ଷ୍ଟ୍ରକ୍ଚର ଯାହା ଆମ ଅଞ୍ଚଳ ପାଖରେ, କିନ୍ତୁ ଆଗେ ବୋଡେ଼ନ ରୁ ଖଇରାକୁ ବିଜୁଳି ସଂଯୋଗ ହୋଇଥିଲା ବଗବହାଲ ପଟୁ, ହେଲେ କଣ ଅସୁବିଧା ଯୋଗୁ ଆମକୁ ବୋଡେ଼ନ ଲାଇଟ ସହ ସଂଯୋଗ କରା ଯାଉନି ଖାଉଟି ପ୍ରଶ୍ନ କରୁଛନ୍ତି l ଅଳ୍ପ ଟିକେ ବର୍ଷା କି ପବନ ହେଲେ ଖଡ଼ିଆଳ ଲାଇଟ ସିଧା ଦିନକୁ ପ୍ରାୟ ପାଞ୍ଚ ଛ ଘଣ୍ଟା କାଟିଦେଇ ଦେଉଥିବାରୁ ଅସନ୍ତୋଷ ଦେଖା ଦେଇଛି l ଏଣୁ ଏ ବାବଦ ରେ ବୋଡେ଼ନ ବ୍ଲକ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ରେ ମଧ୍ୟ ୨ ମାସ ତଳେ ଅଭିଯୋଗ ଦିଆଯାଇଛି। ଖଡ଼ିଆଳ ଏସଡିଓ ମଧ୍ୟ ଗାଁ କୁ ଆସି ପନ୍ଦର ଦିନମଧ୍ୟରେ ବୋଡେ଼ନ ଷ୍ଟ୍ରକ୍ଚର ରୁ ବିଜୁଳି ଆସିବ କହି ପ୍ରତିଶ୍ରୁତି ଦେଇ ଯାଇଥିଲେ l ଆଜକୁ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ଯେସାକୁ ତେସା, କୌଣସି କାର୍ଯ୍ୟକାରୀ ହେଲାନି l ଏଣୁ ଉପଭୋକ୍ତା ଟାଟା ପାୱାର ର ଅଘୋଶିତ ବିଜୁଳି କଣ ଏମିତି ଯୋଗାଣ ହେଉଛି କି ବୋଲି ଥଟ୍ଟା ପରିହାସ କରୁଛନ୍ତିl ଏଣୁ ବିଧାୟକ ଙ୍କୁ କହିଲେ ମଧ୍ୟ ସୁଫଳ କିଛି ମିଳୁନଥିବାରୁ ଉପଭୋକ୍ତା ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha