Home ରାଜ୍ୟଜିଲ୍ଲାପାଳଙ୍କ ଦ୍ଵାରା ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀ ସମୀକ୍ଷା।

ଜିଲ୍ଲାପାଳଙ୍କ ଦ୍ଵାରା ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀ ସମୀକ୍ଷା।

ସଘନ ମତ୍ସ୍ୟ ଚାଷ ଦ୍ଵାରା ଖାଉଟି ଚାହିଦା ପୂରଣ ସହିତ ମତ୍ସ୍ୟ ଚାଷୀ ମାନଙ୍କ ଆର୍ଥିକ ଅଭିବୃଦ୍ଧି ସମ୍ଭବ - ଜିଲ୍ଲାପାଳ

by Maraguda Express
0 comments

ନୂଆପଡା -୨୮/୧୧(ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାରେ ସଘନ ମତ୍ସ୍ୟ ଚାଷ ଦ୍ଵାରା ଲୋକଙ୍କ ଖାଉଟି ଚାହିଦା ପୂରଣ କରିବା ସହିତ ମତ୍ସ୍ୟ ଚାଷୀ ମାନଙ୍କ ଆର୍ଥିକ ଅଭିବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ କୁମାର ସାହୁ ଜିଲ୍ଲାରେ ମତ୍ସ୍ୟ ଚାଷ ର ବିକାଶ ର ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଚାଷୀ ମାୟାଧର ରଣା, ପିପଲଚଣ୍ଡି ଙ୍କୁ ନୂଆପଡାରେ ମାଛ ଏବଂ ଚିଙ୍ଗୁଡ଼ି ଚାଷରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆପଡା ର ଶ୍ରେଷ୍ଠ ମାଛ ଚାଷୀ ହିସାବରେ ଜିଲ୍ଲାପାଳ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଶ୍ରୀ ରଣା ଏବେ ଧାନ ଚାଷ ବଦଳରେ ମାଛ ଓ ମଧୁର ଜଳ ଚିଙ୍ଗୁଡ଼ି ଚାଷ କରୁଛନ୍ତି । ଏହାଦ୍ଵାରା ସେ ବର୍ଷକ ୫ ଲକ୍ଷ ଟଙ୍କା ଲାଭ କରି ପାରୁଛନ୍ତି ।ଏହିଭଳି ଜିଲ୍ଲାରେ ଅନେକ ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ଦେଇ ପ୍ରବାସୀ ଶ୍ରମିକ ପ୍ରଥାର ବିଲୋପ ଦିଗରେ ସହାୟକ ହେବା ପାଇଁ ଜିଲ୍ଲାପାଳ ମତ୍ସ୍ୟ ବିଭାଗକୁ ଆହ୍ବାନ ଦେଇଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha