
ମାଗୁରପାଣି ଗାଁରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ l
ନୁଆପଡ଼ା -୭/୭(ସୁରେନ୍ଦ୍ର ତିୱାରୀ)
ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ୍ ବୋଇରଭାଡି ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ୍, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପଜିଲ୍ଲାପାଳ ସୁର୍ମି ସୋରେନ, ବିଡ଼ିଓ ରୋହିତ ଭୋଇ, ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ରାଉତ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ l ନୂଆପଡ଼ା ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ସମ୍ବନ୍ଧରେ ଆଲୋକପାତ କରି ଥିଲେ l ସଭାରେ ଉପ ନିର୍ଦେଶକ ହସ୍ତଶିଳ୍ପ ପୁଷ୍ପରଂଜନ ସାହୁ,ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡଃ କେ ପାର୍ଥ ସାରଥି ଦୋରା , ଉପ ନିର୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଜିଲ୍ଳା ମତ୍ସ୍ଯ ଅଧିକାରୀ ବିଜନ ସାହୁ, ଓ ଏସ୍ ଡି ସୀତାରାମ ମେହେର, ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା ବିଭାଗୀୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେଯେ ନୂଆପଡ଼ା ଏକ ଛୋଟ ଜିଲ୍ଲା ହେଲେ ମଧ୍ଯ ମନରେଗା ଯୋଜନାରେ ଦୈନିକ ବହୁ ସଂଖ୍ୟାରେ ଶ୍ରମିକ ନିୟୋଜିତ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି l ଜିଲ୍ଳାରୁ ପ୍ରବାସୀ ଶ୍ରମିକ ସମସ୍ୟା ଦୂର କରିବା ପାଇଁ ଅନେକ ଶ୍ରମ ଭିତ୍ତିକ ପ୍ରକଳ୍ପ କାମ ଆଗେଇ ଚାଲିଛି ତଥା ବ୍ୟାଙ୍କ୍ ଜରିଆରେ ଅନେକ କୃଷକ ଏବଂ ଶ୍ରମିକ ପରିବାରଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଇଛି l ଆକାଂକ୍ଷି ଜିଲ୍ଲା ହିସାବରେ ପ୍ରତି ଶ୍ରମିକ ପରିବାର ଙ୍କୁ ୩୦୦ ଦିନ କାମ ସରକାର ଯୋଗାଇଦେବେ l ଏଥିରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଲେଖାଏଁ ମିଳିବ l ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସମସ୍ତେ ପଣ କରନ୍ତୁ l ଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ ,ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଜଳସେଚନ ସୁବିଧା ସହିତ ଜୀବନ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି l ଯେଉମାନେ ଗତ ବର୍ଷ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ଯାଇଥିଲେ ସେମାନଙ୍କ ପରିବାରର ମା ଭଉଣୀ ମାନେ ଆଉ ସେମାନଙ୍କୁ ଛାଡନ୍ତୁ ନାହିଁ lସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ l ମନରେଗା ଯୋଜନାରେ ୩୦୦ ଦିନରୁ ଅଧିକ କାମ କରିଥିବା ଶ୍ରମିକମାନଙ୍କୁ ମଂଚରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ l
ମାଗୁରପାଣି ଗାଁରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଗୁରପାଣି ଗାଁରେ ପ୍ରବାସୀ ଶ୍ରମିକ ସଚେତନତା ସଭା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ
165
previous post