Home ରାଜ୍ୟମୃତ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ l

ମୃତ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ l

by Maraguda Express
0 comments
ନୂଆପଡ଼ା -୨୧/୦୩- କରୋନା ମହାମାରୀ ସମୟରେ କୋଭିଡ୍ ଯୋଦ୍ଧା ଭାବେ ନିଷ୍ଠାପୂର୍ଣ୍ଣ ସେବା କରି ନିଜ ଜୀବନ ହରେଇ ଥିବା ନୂଆପଡ଼ା ଜିଲ୍ଲା ନୂଆମାଲପଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ନାକମୁଣ୍ଡିଆ ଚିନ୍ଦାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଆଜି ପ୍ରଦାନ କରାଯାଇଛି।ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୃତକଙ୍କ ପୁଅ କେଶବ ଚିନ୍ଦାଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଡେପୁଟି କଲେକ୍ଟର ଲଲାଟେନ୍ଦୁ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ।ସିନାପାଲି ଥାନା ଅଧୀନସ୍ଥ ଦବଡା ଗ୍ରାମର ନାକମୁଣ୍ଡିଆ ଚିନ୍ଦା ୧୦ ମାର୍ଚ୍ଚ ୨୦୧୭ରେ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଭିଡ୍–୧୯ ମହାମାରୀ ସମୟରେ ସେ ଗ୍ରାମସ୍ତରରେ ସଚେତନତା ସୃଷ୍ଟି, ଗୃହ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା, ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ବଣ୍ଟନ ସହିତ ସଂକ୍ରମଣ ନିୟନ୍ତ୍ରଣରେ ସକ୍ରିୟ ଭୂମିକା ନିଭାଇଥିଲେ।
କିନ୍ତୁ ସେ ନିଜ କର୍ତ୍ତବ୍ୟ ପାଳନ ସମୟରେ କୋଭିଡ୍‌ରେ ସଂକ୍ରମିତ ହୋଇ ୨୧ ମେ ୨୦୨୧ରେ ମୃତ୍ୟୁବରଣ କରିଥିଲେ। ସରକାରଙ୍କ ନିୟମ ଅନୁସାରେ ଆଜି ତାଙ୍କ ପରିବାରକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha