41
ନୂଆପଡା -୨୪/୦୨ – ନୂଆପଡା ଜିଲ୍ଲାରେ “ନାକୁଇମ୍ ସୁପାରିଶ ଓ ଭୂତଳ ଜଳ ପରିଚାଳନା” ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା କେନ୍ଦ୍ରୀୟ ଭୂତଳ ଜଳ ପରିଷଦ, ଦକ୍ଷିଣ ପୂର୍ବ କ୍ଷେତ୍ର, ଭୁବନେଶ୍ଵରଙ୍କ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। “ନାକୁଇମ୍” ହେଉଛି ନ୍ୟାସନାଲ୍ ଆକ୍ୱିଫର୍ ମ୍ୟାପିଙ୍ଗ୍ ଆଣ୍ଡ୍ ମ୍ୟାନେଜମେଣ୍ଟ ପ୍ଲାନ୍ ।


ଏହା ଭୂତଳ ଜଳ ସମ୍ପଦର ସଠିକ ମାପନ, ବୈଜ୍ଞାନିକ ପରିଚାଳନା ଓ ସଠିକ୍ ବ୍ୟବହାର ସୁନିଶ୍ଚିତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମ।କର୍ମଶାଳାର ଆରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତ ଅତିଥି ଓ ଅଧିକାରୀମାନଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ଉପରେ ଅଲୋକପାତ କରିଥିଲେ। ସେ କହିଥିଲେ ଯେ, ଜିଲ୍ଲାରେ ଭୂଜଳର ସଠିକ ସଂରକ୍ଷଣ, ସମୂଚିତ ବ୍ୟବହାର ଓ ପୁନର୍ଭର୍ତ୍ତି ପାଇଁ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଅତ୍ୟାବଶ୍ୟକ l ବୈଜ୍ଞାନିକ ସୁଧାଂଶୁ କୁମାର ମହାନ୍ତି ଓ ରାଜୀବ କୁମାର ତ୍ରିପାଠୀ ନାକୁଇମ୍ ସୁପାରିଶ ଉପରେ ବିସ୍ତୃତ ପ୍ରସ୍ତୁତିକରଣ କରିଥିଲେ। ସେମାନେ ଜଳ ସଂରକ୍ଷଣ ପାଇଁ ଚାଷ ପ୍ରଣାଳୀର ବିବିଧିକରଣ , ଡ୍ରିପ୍ ଇରିଗେଶନ୍ ଓ ସ୍ପ୍ରିଙ୍କଲର୍ ପ୍ରଣାଳୀ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହା ସହ ବର୍ଷାଜଳ ସଂଗ୍ରହ, ଚେକ୍ ଡ୍ୟାମ୍ ନିର୍ମାଣ ଓ ଭୂଗର୍ଭ ଜଳ ପୁନର୍ଭର୍ତ୍ତି ପଦକ୍ଷେପକୁ ଜୋରଦାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।