5

ନୂଆପଡ଼ା -୬/୩- ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଆନୁକୂଲ୍ୟରେ ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଯଟିଆ ହେମ୍ବ୍ରମ ବନାମ ଓଡ଼ିଶା ରାଜ୍ୟ ( ଜେ.ସି.ଆର.ଏଲ.ଏ ୧୮୩/୨୦୨୫) ଏବଂ ବାଲ୍ୟ ବିବାହ ମୂକ୍ତ ଭାରତ ଅଭିଯାନ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ତାଣ୍ଡି, ମହାବିଦ୍ୟାଳୟର ପ୍ରଧ୍ୟାପକଗଣ, ଛାତ୍ରଛାତ୍ରୀ ଏବଂ ପ୍ରାଧିକରଣର ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ଯଟିଆ ହେମ୍ବ୍ରମ ବନାମ ଓଡ଼ିଶା ରାଜ୍ୟ (ଜେ.ସି.ଆର.ଏଲ.ଏ ୧୮୩/୨୦୨୫) ସମ୍ବନ୍ଧରେ ବିସ୍ତୃତ ଧାରଣା ଦେଇଥିଲେ ଏବଂ ଅସମୀଙ୍କ ଉଚ୍ଚ ଅଦାଲତରେ ଅପିଲ୍ କରିବା ଅଧିକାର ଏବଂ ଅପିଲର ସମୟସୀମା ବିଷୟରେ ବୁଝାଇଥିଲେ । ସେ ମଧ୍ୟ ବାଲ୍ୟ ବିବାହ ଏକ ସାମାଜିକ କଳଙ୍କ ଏବଂ ଏହାକୁ ରୋକିବାକୁ ଓ ବାଲ୍ୟ ବିବାହ ମୂକ୍ତ ଭାରତ ଗଠନରେ ସହାୟକ ହେବାକୁ ସମସ୍ତଙ୍କୁ ଆହ୍ବାନ କରିଥିଲେ ।