30
ସିନାପାଲି -୬/୦୩- ନୂଆପଡ଼ା ଜିଲ୍ଲା ସିନାପାଲି ମାରୱାଡ଼ି ଯୁବାମଞ୍ଚ ର ରଙ୍ଗର ପର୍ବ ହୋଲି ମିଳନ ସହ ମଞ୍ଚ ର ନୂତନ କମିଟି ଗଠିତ ହୋଇଯାଇଛି । ନୂତନ କମିଟିର ସଭାପତି ଭାବରେ ହିରାଲାଲ ଅଗ୍ରୱାଲ, ଉପସଭାପତି ସୌରଭ କୁମାର ଜୈନ ଓ ନନ୍ଦକିଶୋର ଅଗ୍ରୱାଲ, ସଂପାଦକ ଗଣେଶ କୁମାର ଅଗ୍ରୱାଲ, ସହ ସଂପାଦକ ସୁମିତ କୁମାର ଜୈନ ଓ ପିୟୁସ ଅଗ୍ରୱାଲ ଏବଂ କୋଷାଧ୍ଯକ୍ଷ ଭାବରେ ରାଜେଶ କୁମାର ଅଗ୍ରୱାଲଙ୍କୁ ମନୋନିତ କରାଯାଇଥିଲା । ସେହିପରି କମିଟିର ଅମୃତଧାରା କନଭେନର୍ ଭାବରେ କମଲ ଅଗ୍ରୱାଲ, ରକ୍ତଦାନ କନଭେନର୍ ଅମିତ କୁମାର ଜୈନ, ଅରଗାନ୍ କନଭେନର୍ ରାଜେଶ ଅଗ୍ରୱାଲ, ଅକ୍ସିଜେନ୍ ସିଲିଣ୍ତର ଦାୟିତ୍ୱରେ ପ୍ରବିଣ କୁମାର ଜୈନ, ୱେଲଫିୟର ମେମ୍ବର ମନୋଜ କୁମାର ଜୈନ, ଶାଖା ସଂଯୋଜକ ପ୍ରମୋଦ କୁମାର ଅଗ୍ରୱାଲ, ରାଷଟ୍ରିୟ ସଭା ସଦସ୍ଯ ଭାବରେ ଦିନେଶ ଅଗ୍ରୱାଲ ଓ ମୁକେଶ କୁମାର ଅଗ୍ରୱାଲ, ପ୍ରାନ୍ତିୟ ସଭା ସଦସ୍ଯ ଉମା ଶଙ୍କର ଅଗ୍ରୱାଲ ଓ ରାଧେଶ୍ଯାମ ଜିନ୍ଦଲ ପ୍ରମୁଖଙ୍କୁ ଦାୟିତ୍ବ ଦିଆଯାଇଥିଲା ।
ଏହି ଅବସରରେ ମଂଚକୁ ଅଧିକ ସୁସଂଗଠିତ କରିବା ସହ ଅଂଚଳରେ ଲୋକଙ୍କ ବିକାଶ ପାଇଁ ଅଧିକ ବ୍ରତି ହେବାକୁ ନେଇ ଆଲୋଚନା କରାଯାଇଥିଲା । ଅନ୍ଯମାନଙ୍କ ମଧ୍ଯରେ ଆଜିର ସଭାରେ ସ୍ଥାନୀୟ ଅଗ୍ରେସନ ଭବନର ସଭାପତି ହରିପ୍ରସାଦ ଅଗ୍ରୱାଲ, କୋଷାଧ୍ଯକ୍ଷ ମଦନ ଗୋପାଲ ଅଗ୍ରୱାଲ, ସମାଜସେବୀ ପବନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।