Home ରାଜ୍ୟଯୋଡ଼ିହେଲା ସ୍ୱାମୀ ସ୍ତ୍ରୀଙ୍କ ଘର ସଂସାର।

ଯୋଡ଼ିହେଲା ସ୍ୱାମୀ ସ୍ତ୍ରୀଙ୍କ ଘର ସଂସାର।

by Maraguda Express
0 comments

ଯୋଡ଼ିହେଲା ସ୍ୱାମୀ ସ୍ତ୍ରୀଙ୍କ ଘର ସଂସାର।

ନୂଆପଡ଼ା -୧୮/୭ (ସୁରେନ୍ଦ୍ର ତିୱାରୀ) ଏକ ଦୀର୍ଘଦିନର ବୈବାହିକ ବିବାଦର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା କାର୍ଯ୍ୟାଳୟରେ ଆପୋଷ ମିଳାମିଶା ମାଧ୍ୟମରେ ସମାଧାନ ହୋଇଯାଇଛି | ଖରିଆରର ଜନୈକ ମହିଳା ଦାମ୍ପତ୍ୟକଳହ ଯୋଗୁ ଶାଶୁଘର ଛାଡ଼ି ବାପଘରେ ରହୁଥିବାରୁ ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଉକ୍ତ ମାମଲାଟି ଆଗତ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତର ବିଚାରପତି ନବନୀତା ଦାଶଙ୍କ ଇଜିଳାସରେ ଆପୋଷ ମିଳାମିଶା ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ସମନ କରାଯାଇଥିଲା | ଉଭୟ ଆଜି ଉକ୍ତ ଲୋକ ଅଦାଲତରେ ଉପସ୍ଥିତ ହୋଇଥିଲେ ।ବିଚାରପତିଙ୍କ ଦ୍ୱାରା ଉଭୟଙ୍କ ଭିତରେ ଥିବା ଦୀର୍ଘଦିନର ପାରିବାରିକ ଅଶାନ୍ତିକୁ ସେମାନଙ୍କର ପୁତ୍ର, ପରିବାରବର୍ଗ ଓ ଖରିଆର ସ୍ଥିତ ବେସରକାରୀ ଅନୁଷ୍ଠାନ ମିରର୍ ର ପାରିବାରିକ କାଉନ୍ସେଲର୍ ଯଶୋବନ୍ତୀ ବାଗଙ୍କ ଉପସ୍ଥିତିରେ ବିବାଦର ସମାଧାନ କରାଯାଇଥିଲା । ସ୍ୱାମୀ ଓ ସ୍ତ୍ରୀ ସବୁଦିନ ପାଇଁ ସୁଖରେ ଘର ସଂସାର କରିବେ ବୋଲି ଉଭୟ ସହମତି ପ୍ରକାଶ କରିଥିଲେ ଏବଂ ଖୁସିରେ ସେମାନଙ୍କର ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ଆପୋଷ ସହମତିରେ ଓ ବିନା ଖର୍ଚ୍ଚରେ ସ୍ୱାମୀସ୍ତ୍ରୀଙ୍କ ସଂସାର ପୁଣି ଯୋଡ଼ି ହୋଇଥିବାରୁ ଉଭୟ ପକ୍ଷ ପ୍ରସନ୍ନତା ବ୍ୟକ୍ତ କରିଥିଲେ । ଏଠାରେ ସୁଚନା ଯୋଗ୍ୟ ଯେ,
ପ୍ରାଧିକରଣ ତରଫରୁ ଜନସାଧାରଣଙ୍କୁ ୯୦ ଦିନିଆ ‘ଦେଶ ପାଇଁ ମଧ୍ୟସ୍ଥତା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନ୍ୟାୟାଳୟରେ ନିଜର ବିଚାର ଅପେକ୍ଷାରେ ଥିବା ମାମଲାଗୁଡ଼ିକରେ ମଧ୍ୟସ୍ଥତା ପାଇଁ ଆବେଦନ କରିବାକୁ ଅନୁରୋଧ କରାଯାଇଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha