Home ରାଜ୍ୟଜାଗୃତି ଯୋଜନା ସମ୍ବନ୍ଧୀୟ ଆଇନ ସଚେତନତା ଶିବିର : ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ , ୪୨ କେଜି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ।

ଜାଗୃତି ଯୋଜନା ସମ୍ବନ୍ଧୀୟ ଆଇନ ସଚେତନତା ଶିବିର : ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ , ୪୨ କେଜି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ।

by Maraguda Express
0 comments

ନୂଆପଡା -୨୩/୨- (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସମରସିଂ ଗ୍ରାମ ପଞ୍ଚୟତ ସଭାଗୃହରେ ତୃଣମୂଳସ୍ତରୀୟ ଜନସାଧାରଣଙ୍କ ସୂଚନା ଓ ପାରଦର୍ଶିତା ପଦକ୍ଷେପ ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରଚଳିତ ଜାଗୃତି ଯୋଜନା ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ, ବି.ଡି.ଓ କୋମନା ପବିତ୍ର କୁମାର ସାମଲ, ସି.ଡ଼ି.ପି.ଓ କୋମନା ଦେବକୀ ମଲ୍ଲିକ, ବି.ଏସ.ଏସ.ଓ ସୀତାକାନ୍ତ ବନଗୋଲା, ସମରସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ରଣା, ପିଇଓ ନରେନ୍ଦ୍ର କୁମାର ସାହୁ ଓ ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ସରକାରଙ୍କ ବିଭିନ୍ନ ଯୋଜନା କିପରି ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ସମସ୍ତ ବିଭାଗକୁ ଲୋକଙ୍କ ପାଖକୁ ପହଞ୍ଚିବାକୁ ଆହ୍ବାନ କରିଥିଲେ l ବିଭିନ୍ନ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିଆ ଯାଉଥିବା ଆଇନ ସହାୟତା ବିଷୟରେ ଚର୍ଚ୍ଚା କରିଥିଲେ । ଏହି ଅବସରରେ ସମର ସିଂ ଗ୍ରାମ ପଞ୍ଚାୟତରେ ଏକ ପ୍ଲାଷ୍ଟିକ ଆବର୍ଜନା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୪୨ କେଜି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇଥିଲା । ଏହିଭଳି ଜନସଚେତନତା କାର୍ଯ୍ୟକ୍ରମକୁ ଗ୍ରାମବାସୀ ଆନନ୍ଦ ମନରେ ସ୍ବାଗତ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha