
ଜିଲ୍ଲା ର ଶ୍ରେଷ୍ଠ ପ୍ରଧାନ ଶିକ୍ଷକଙ୍କୁ ଅଞ୍ଚଳ ବାସୀ ଙ୍କ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ ନୂଆପଡ଼ା -୨୩/୬ (ଏମ.ଇ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁଣ୍ଡାପଲା ପରିସରରେ ସ୍ଥାନୀୟ ଅଞ୍ଚଳର ଯୁବସମାଜ ବୁଦ୍ଧିଜୀବୀଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ବିକାଶ ମେଳା ରେ ଜିଲ୍ଲା ର ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବରେ ପୁରସ୍କୃତ ହୋଇଥିବା ପ୍ରଧାନ ଶିକ୍ଷକ ପତିତପାବନ ସାହୁଙ୍କୁ ତଥା ସମସ୍ତ ସହକାରୀ ଶିକ୍ଷକଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ରେ ସମ୍ବର୍ଦ୍ଧିତ କରାଯାଇଛି। ଉପରୋକ୍ତ ସଭାରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସଭାପତି ସୁକାନ୍ତ ମାଝୀ, ଶିକ୍ଷ୍ୟାବିତ ହୁତାଶନ ତାଣ୍ଡି, ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ମାଝୀ,ସମିତି ସଭ୍ୟ ଧନିରାମ ମାଝୀ,ପୂର୍ବତନ ସରପଞ୍ଚ ପାରେଶ୍ୱର ମାଝୀ, ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପ୍ରସାଦ ତିୱାରୀ, ସୁରେଶ କୁମାର ଦଣ୍ଡସେନା, ଲଖନା ସିଆରସିସି ସହଦେବ ମହାନନ୍ଦ,ପ୍ରଧାନ ଶିକ୍ଷକ ପତିତପାବନ ସାହୁ, ପୁରନ୍ଦର ସାହୁ ତଥା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ମଞ୍ଚାସିନ ଥିଲେ।ପ୍ରାରମ୍ଭିକ ସଭା କାର୍ଯ୍ୟ ଗଦାଧର ମାଝି ଆରମ୍ଭ କରିଥିବା ବେଳେ ମଞ୍ଚ ପରିଚାଳନା ସହଦେବ ମହାନନ୍ଦ କରିଥିଲେ। ଜିଲ୍ଲା ଟପର ଛାତ୍ରୀ ମୁଣ୍ଡାପଲା ବିଦ୍ୟାଳୟର ଶ୍ରେଷ୍ଟା ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା,ଜିଲ୍ଲାରେ ଶ୍ରେଷ୍ଠ ଏସ୍ଏସଟି ଶିକ୍ଷକ ଭାବରେ ଅନିରୁଦ୍ଧ ପଣ୍ଡା,ତଥା ନୂଆପଡ଼ା ଜିଲ୍ଲାର ଶ୍ରେଷ୍ଟ ପ୍ରଧାନ ଶିକ୍ଷକ ଭାବରେ ପତିତପାବନ ସାହୁଙ୍କୁ ଉପରୋକ୍ତ ସଭା ରେ ଉତ୍ତରୀୟ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଆୟୋଜନ ରେ ତରୁଣ ତାଣ୍ଡି ଓ ପୁରୁଷୋତ୍ତମ ମାଝି ପ୍ରମୂଖ ସହଯୋଗ କରିଥିଲେ। ଏ ଅବସର ରେ ଅଞ୍ଚଳ ର ଅବାଳ ବୃଦ୍ଧ ବନିତା, ଛାତ୍ରଛାତ୍ରୀ ସହ ବିପୁଳ ଜନ ସମାଗମ ହୋଇଥଲା। 