237
ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ଘରେ ଘରେ ପହଞ୍ଚାଇବାକୁ ପ୍ରସ୍ତୁତି ବୈଠକ
previous post

ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ଘରେ ଘରେ ପହଞ୍ଚାଇବାକୁ ପ୍ରସ୍ତୁତି ବୈଠକ ନୂଆପଡ଼ା -୨୩/୬ (ଏମ.ଇ) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ପାଇଁ ବରିଷ୍ଠ ନେତା ଘାସିରାମ ମାଝିଙ୍କ ଅଧ୍ୟକ୍ଷତା ରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ କଂଗ୍ରେସ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି। ଉପରୋକ୍ତ ବୈଠକରେ ନୂଆପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ମୁରଲୀଧର ନାଏକ, ଯୁବ ନେତା ଶହରୁଖ ଖାନ, ପାସା ମହାନନ୍ଦ,ଭକ୍ତ ଶବର, ବିରଞ୍ଚି ବାଗ, ଭଗବାନ ତାଣ୍ଡି,ବିରାଟ ତାଣ୍ଡି, ହରି ମାଝି, ଯୋଗେନ୍ଦ୍ର ବାଗ, ବିଶ୍ଵାମିତ୍ର ମହାନନ୍ଦ,ସନ୍ତୋଷ ସଗରିଆ, ଆସିଫ ବେଗ ଓ କ୍ଷେତ୍ର ମାଝି ପ୍ରମୁଖ ପ୍ରସ୍ତୁତି ବୈଠକ ରେ ଉପସ୍ଥିତ ଥିଲେ।