ନୂଆପଡ଼ା -୨୪/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସୁ ନାବେଡ଼ା ପଞ୍ଚାୟତ କୋଟ୍ରାବେଡ଼ାରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଫାଉଣ୍ଡେସନର ସିଏସଆର ସହାୟତାରେ ପିପୁଲ୍ସ ଟୁ ପିପୁଲ୍ସ ହେଲ୍ଥ ଫାଉଣ୍ଡେସନର ଏସବିଆଇ ସଂଜିବନୀ କ୍ଲିନିକ ଅନ୍ ହ୍ନିଲ ଶୁଭାରମ୍ଭ ହୋଇଯାଇଛି। ଫାଉଣ୍ଡେସନ ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗଦେଇ ଉଦଘାଟନ କରିଥିଲେ। ଏହି ପଦକ୍ଷେପ ଚିକିତ୍ସା ସୁବିଧା ନଥିବା ଗାଁ ଗୁଡିକରେ ରେ ନିୟମିତ ସେବା, ସ୍ବାସ୍ଥ୍ୟ ପରୀକ୍ଷା ଓ ସାମୂହି କ ସଚେତନତା ତା କରିବ। ଗ୍ରାମୀଣ ସ୍ବାସ୍ଥ୍ୟସେବାକୁ
ଏସବିଆଇ ସଂଜୀବନୀ ସୁଦୃଢ କରୁଛି ବୋଲି ଏସବିଆଇ ଫାଉଣ୍ଡେସନ ସଭାପତି ଶ୍ରୀ ସାହୁ କହିଥିଲେ । ଏହି ସେବା ଅଭୟାରଣ୍ୟ ଅଧିବାସୀଙ୍କ ପାଇଁ ବରଦାନ ହେବ। ଦୁର୍ଗମ ଅଞ୍ଚଳର ଲୋକେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ବିଧାୟକ ଶ୍ରୀ ଢୋଲକିଆ ତାଙ୍କ ଅଭିଭାଷଣ ରେ ପରିପ୍ରକାଶ କରିଥଲେ।ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସତ୍ୟ ନାରାୟଣ ତ୍ରିପାଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରି (ଆଇସି) ଡା. ଦ୍ୱାରୀକାନାଥ ସତପଥୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସ୍ବଚ୍ଛ ଭାରତ ଅଭିଯାନ ମହିଳାଙ୍କୁ ସମ୍ମାନ କିଟ ବଣ୍ଟନ ହୋଇଥିଲା। ପରେ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ସୁନାବେଡ଼ା ସରପଞ୍ଚ ରଜନୀ ଜଗତ, ସିଆଲଲଟି ସରପଞ୍ଚ କାଳିଆ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ଵାରା ସୁନାବେଡ଼ାରେ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଶୁଭାରମ୍ଭ।
40