16

ବୋଡ଼େନ ୨୨/୩ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ପଲସଦା ପଞ୍ଚାୟତ ଅନ୍ତର୍ଗତ ସାଲେପଡ଼ା ରେ ବସବାସ କରନ୍ତି ଅନେକ ଆଦିବାସୀ ପରିବାର । ତାଙ୍କ ର ଜୀବନ ଜୀବିକା କୃଷି ଓ ଜଙ୍ଗଳ ଜାତ ଦ୍ରବ୍ୟ ଉପରେ ଭରଷା କରି ଗୁଜୁରାଣ ମେଣ୍ଟାଇ ଥାନ୍ତି କିନ୍ତୁ ଗତକାଲି ଅବକାରୀ ବିଭାଗ ଗ୍ରାମର ଜଣେ ଯୁବକ ର ଆଇ ଫୋନ କୁ ଭାଙ୍ଗି ଦେଇଥିବାରୁ ଚାପା ଉତ୍ତେଜନା ଦେଖା ଯାଇଛି । ଏମିତି କି ଅବକାରୀ ବିଭାଗ ଘନ ଘନ ଗ୍ରାମକୁ ଅସମୟରେ ଆସି ଘରକୁ ପଶି ମଦ ରଖିଥିବା କହି ଧମକ ଚମକ ଓ ଟଙ୍କା ପଇସା ନେଇଯାଉଥିବା ଗଣମାଧ୍ୟମ ସମ୍ମୁଖରେ ଆଦିବାସୀ ପୀଡ଼ିତା ଅଭିଯୋଗ କରିଛନ୍ତି । ଗତକାଲି ମଧ୍ୟାହ୍ନରେ ପୋଲିସ ଆସି ଭାଙ୍ଗିଥିବା ମୋବାଇଲ କୁ ମରାମତି କରି ଆଣିଦେବେ ବୋଲି କହି ପ୍ରତିଶ୍ରୁତି ଦେଇଛନ୍ତି । ଅସମୟ ରେ ଆସି ଅବକାରୀ ବିଭାଗ ଲୋକମାନଙ୍କ ବାଡ଼ି ବଗିଚାରୁ ପନିପରିବା ନେଉଥିବା ଗୁରୁତର ଅଭଯୋଗ ଆଣିଛନ୍ତି ମହିଳା ମାନେ । ବୋଡେ଼ନ ପୋଲିସ ଓ ଅବକାରୀ ବିଭାଗ କୁ ପ୍ରତିକିୟା ମାଗିବାରୁ ସେମାନେ ମନl କରି ଚମ୍ପଟ ମାରିଛନ୍ତି l ଏଣୁ ନିରୀହ ଆଦିବାସୀମାନେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଉ ବୋଲି ସାଧାରଣରେ ଦାବୀ କରିବାସହ ପୋଲିସ ର ଦାଦା ଗିରି ବନ୍ଦ କରିବାକୁ ଜିଲ୍ଲାପାଳ ଓ ଏସପି ଙ୍କୁ ’ଅନୁରୋଧ କରିଛନ୍ତି ।