
ନୂଆପଡା -୨୨/୧୦(ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ପାଇଁ ଉପ ଜିଲ୍ଲାପାଳ ତଥା ରିଟର୍ଣିଂ ଅଫିସର୍ ଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଅଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ l ସେଥିମଧ୍ୟରୁ ପ୍ରାର୍ଥୀତ୍ବ ନାକଚ ହୋଇଥିବା ପ୍ରାର୍ଥୀ ମାନେ ହେଲେ ବହୁଜନ ସମାଜ ପାର୍ଟି ର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ରୁ ସିତାରାମ ବେହେରା ଏବଂ ତିନି ଜଣ ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଲ୍ କୁମାର ଛତ୍ରିଆ ଏବଂ ଭୁଜବଳ ଆଡ଼ବଙ୍ଗ l ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ବିଜେପି ରୁ ଜୟ ଢୋଲକିଆ, ବିଜେଡି ରୁ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ରୁ ଘାସିରାମ ମାଝୀ ଙ୍କ ପ୍ରାର୍ଥୀତ୍ବ ବଳବତ୍ତର ରହିଅଛି। ସମାଜ ବାଦୀ ପାର୍ଟି ରୁ ରମାକାନ୍ତ ହାତୀ,ବହୁଜନ ମୁକ୍ତି ପାର୍ଟି ରୁ ହେମନ୍ତ ତାଣ୍ଡି,ଓଡ଼ିଶା ଜନତା ଦଳ ରୁ ଶୁକଧର ଦଣ୍ଡସେନା ଙ୍କ ସହ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଠିକ୍ ରହିଅଛି। ଆଜି ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ, ଭାପ୍ରସେ ଏବଂ ରିଟର୍ଣିଂ ଅଫିସର୍ ସୁର୍ମି ସୋରେନ୍ ଉପସ୍ଥିତ ଥିଲେ l ଆସନ୍ତା ୨୪ ଅକ୍ଟୋବର ୨୦୨୫ ତାରିଖ ଦିନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାର ଶେଷ ଦିବସ ଅଟେ। ୧୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଯିବେ ନା କିଏ କିଏ ପ୍ରତ୍ୟାହାର କରିବେ ଦେଖିବାକୁ ବାକି ରହିଲା।

ନୂଆପଡା ଉପ ନିର୍ବାଚନର ପ୍ରାର୍ଥୀପତ୍ର ଯାଞ୍ଚ ଶେଷ, ୧୪ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବଳବତ୍ତର ଥିବା ବେଳେ ୫ ଜଣଙ୍କ ପ୍ରାର୍ଥୀତ୍ବ ନାକଚ ହେଲା।
80