Home ରାଜ୍ୟସାହାଜେଟ ଆଶ୍ରମ ବିଦ୍ୟାଳୟ ଛାତ୍ର ଆତ୍ମହତ୍ୟା ଘଟଣା : ପ୍ରଧାନ ଶିକ୍ଷକ ନିଲମ୍ବିତ, ସହକାରୀ ଶିକ୍ଷକ ନିଲମ୍ବିତ କେବେ ?

ସାହାଜେଟ ଆଶ୍ରମ ବିଦ୍ୟାଳୟ ଛାତ୍ର ଆତ୍ମହତ୍ୟା ଘଟଣା : ପ୍ରଧାନ ଶିକ୍ଷକ ନିଲମ୍ବିତ, ସହକାରୀ ଶିକ୍ଷକ ନିଲମ୍ବିତ କେବେ ?

by Maraguda Express
0 comments

ସାହାଜେଟ ଆଶ୍ରମ ବିଦ୍ୟାଳୟ ଛାତ୍ର ଆତ୍ମହତ୍ୟା ଘଟଣା : ପ୍ରଧାନ ଶିକ୍ଷକ ନିଲମ୍ବିତ, ସହକାରୀ ଶିକ୍ଷକ ନିଲମ୍ବିତ କେବେ ?

ନୂଆପଡ଼ା -୧୮/୭ (ସୁରେନ୍ଦ୍ର ତିୱାରୀ) ନୁଆପଡ଼ା ଜିଲ୍ଳା କୋମନା ଥାନା ଅନ୍ତର୍ଗତ ସାହାଜେଟ ସ୍ଥିତ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଆଶ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ଜନୈକ ଅଷ୍ଟମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଖରିଆର ଥାନା ଅନ୍ତର୍ଗତ ବଡ଼ ମହେଶ୍ୱର ଗ୍ରାମର ତୁଳସୀଦାସ ବନଛୋର ଙ୍କ ପୁଅ ଅଶ୍ୱିନୀ ଦାସ (୧୫) ଉକ୍ତ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ରେ ପଢୁଥିଲେ। ସମ୍ପୃକ୍ତ ଛାତ୍ର ଜଣକ ପଛୁଆ ବର୍ଗ ର ହୋଇଥିବାବେଳେ ଉକ୍ତ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଜଗଦୀଶ ନାଗ ଙ୍କ ସମ୍ପର୍କୀୟ ଭଣଞ୍ଜା ହୋଇଥିବା ହେତୁ ଆଦିବାସୀ ହରିଜନ ବର୍ଗ ର ଛାତ୍ର ଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସ ରେ ରହିବାକୁ କୌଣସି ପ୍ରକାରେ ସମର୍ଥ ହୋଇଥିଲେ। ସହପାଠୀ ଅନ୍ତେବାସୀ ମାନଙ୍କ କହିବା ପ୍ରକାରେ ସେମାନେ ଏକାଠି ଛାତ୍ରାବାସ ରେ ରହୁଥିଲେ ଓ ୧୬ ଜୁଲାଇ ୨୦୨୫ ରାତ୍ରୀ ରେ କନ୍ଦାକାନ୍ଦି କରୁଥିଲେ। ସେ କାହିଁକି କାନ୍ଦୁଛନ୍ତି ବୋଲି ସହପାଠୀ ମାନେ ପଚାରିଥିଲେହେଁ କୌଣସି କାରଣ କହି ନଥିଲେ। ରାତ୍ରୀ ଭୋଜନ ପରେ ସେ ଛାତ୍ରାବାସ ରେ ଅନୁପସ୍ଥିତ ଥିବା ଜାଣି ସହପାଠୀ ମାନେ ରାନ୍ଧୁଣି ଙ୍କୁ ଜଣେଇ ଖୋଜାଖୋଜି କରି ତାଙ୍କୁ ଛାତ୍ରାବାସ ରୁ ମାତ୍ର ୫୦ ଫୁଟ ଦୂର ଏକ ମହୁଲ ଗଛରେ ବେକରେ ଏକ ସାଲ କୁ ବାନ୍ଧି ଝୁଲୁଥିବା ଦେଖି ସହକାରୀ ଶିକ୍ଷକ ତଥା ସହକାରୀ ତତ୍ୱାବଧାରକ ଲୋଚନ ଶବର ଙ୍କୁ ଫୋନ୍ ଯୋଗେ ଜଣେଇ ଥିଲେ।ସେ ତରବୋଡ଼ ରୁ ଆସି ଘଟଣା ସମ୍ବନ୍ଧେ ଅବଗତ ହୋଇ ଥିଲେ।ରାନ୍ଧୁଣି ଓ ସହପାଠୀ ଛାତ୍ରଙ୍କ ସହାୟତା ରେ ଗଛରୁ ଛାତ୍ର ଜଣକୁ ଉଦ୍ଧାର କରାଯାଇସାରିଥିବା ଦେଖି ତାଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉପରୋକ୍ତ ଘଟଣା ର ପ୍ରଥମ ପର୍ଯ୍ୟାୟ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ ପକ୍ଷ ରୁ ତଦନ୍ତ କରାଯାଇ ଜିଲ୍ଲାପାଳ ପ୍ରଧାନ ଶିକ୍ଷକ ହର ଦେବ ହଂସଙ୍କୁ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର୍ଯ୍ୟ ରୁ ଗତ କାଲି ନିଲମ୍ବିତ କରିଛନ୍ତି । ଉପରୋକ୍ତ ଆଶ୍ରମ ବିଦ୍ୟାଳୟ ଛାତ୍ର ର ଆତ୍ମହତ୍ୟା ସୁସାଇଡ ନୋଟରେ କଣ ଉଲ୍ଲେଖ ଅଛି ? ତଦନ୍ତ ସାପେକ୍ଷ । ବେନିୟମ ଭାବେ ପଛୁଆ ବର୍ଗର ଛାତ୍ର ଙ୍କୁ ଛାତ୍ରାବାସ ରେ ରଖାଯାଇଥିବାରୁ ଓ କର୍ତ୍ତବ୍ୟରେ ଅବହେଳା କାରଣରୁ ଶିକ୍ଷକ ଜଗଦୀଶ ନାଗ ସମେତ ଅନ୍ୟାନ୍ୟ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରାଯିବ ବୋଲି ସାଧାରଣ ରେ ଦାବି ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha