Home ରାଜ୍ୟସିନାପାଲି : ଜଗନ୍ନାଥ ଛକ ଦୁର୍ଗାପୂଜା କମିଟିର ମାଟି ଅନୁକୂଳ।

ସିନାପାଲି : ଜଗନ୍ନାଥ ଛକ ଦୁର୍ଗାପୂଜା କମିଟିର ମାଟି ଅନୁକୂଳ।

"ଏଠିକାର ପରମ୍ପରା ଅନୁଯାୟୀ ସ୍ଥାନୀୟ କୁମ୍ଭାର ପଡ଼ାର ବିଧି ଅନୁସାରେ ମାଟିପୂଜା କରିବା ପରେ ଅଭିମନ୍ତ୍ରିତ୍ ମାଟିକୁ ଧରି ପାରମ୍ପରିକ ବାଜା ସହ ଏକ ଶୋଭାଯାତ୍ରା ମାଧ୍ଯମରେ ନଗର ପରିକ୍ରମା କରାଯାଇଥିଲା ।"

by Maraguda Express
0 comments

ନୂଆପଡ଼ା -୨/୯ (ସୁରେନ୍ଦ୍ର ତିୱାରୀ ) ଆଗକୁ ମାଁ ଦୁର୍ଗାଙ୍କ ଶାରଦୀୟ ପୂଜା ପାର୍ବଣ ଋତୁ। ପୂଜା ମଣ୍ତପ ମାନଙ୍କରେ ବିରାଜିବେ ଜଗତଜନନୀ ମାଁ ଦୁର୍ଗା । ଏଥି ପାଇଁ ଚାଳଚଞ୍ଚଳ ହେଲାଣି ସମସ୍ତ ପୂଜା କମିଟି । ସିନାପାଲି ଜଗନ୍ନାଥ ଛକ ଦୁର୍ଗାପୂଜା କମିଟି ତରଫରୁ ଚଳିତ ବର୍ଷର ଦୁର୍ଗାପୂଜାର ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମାଟି ଅନୁକୂଳ କରାଯାଇଛି । ଏଠିକାର ପରମ୍ପରା ଅନୁଯାୟୀ ସ୍ଥାନୀୟ କୁମ୍ଭାର ପଡ଼ାର ବିଧି ଅନୁସାରେ ମାଟିପୂଜା କରିବା ପରେ ଅଭିମନ୍ତ୍ରିତ୍ ମାଟିକୁ ଧରି ପାରମ୍ପରିକ ବାଜା ସହ ଏକ ଶୋଭାଯାତ୍ରା ମାଧ୍ଯମରେ ନଗର ପରିକ୍ରମା କରାଯାଇଥିଲା । ଏହି ସମୟରେ ସ୍ଥାନୀୟ ଦୁର୍ଗା ମନ୍ଦିର, ଗ୍ରାମଦେବୀ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇ ପରେ ଅଭିମନ୍ତ୍ରିତ୍ ମାଟିକୁ ଜଗନ୍ନାଥ ଛକ ପୂଜାମଣ୍ତପ ରେ ସ୍ଥାପନ କରାଯାଇଥିଲା । ଆଜିର ଶୋଭାଯାତ୍ରାରେ କର୍ତ୍ତା ଦମ୍ପତ୍ତି ଉଗ୍ରେସନ ମେହେର ଓ ରୁକ୍ମିଣୀ ମେହେରଙ୍କ ସହ ପୂଜକ ଭାବରେ ବସନ୍ତ ପତି ଉପସ୍ଥିତ ଥିଲେ । ଚଳିତବର୍ଷ ଏହି କମିଟି ୪୮ ତମ ପାର୍ବଣ ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଏଥର ସଭାପତି ଭାବରେ ଈଶ୍ୱର ପ୍ରସାଦ ମେହେର, ଉପସଭାପତି ରାମକୃଷ୍ଣ ମେହେର, ସଂପାଦକ ଜିତେନ୍ଦ୍ର ମେହେର, ସହ ସଂପାଦକ ଭୀଷ୍ମରାଜ ମେହେର ଓ ବେଣୁଧର ମେହେର ଏବଂ କୋଷାଧ୍ଯକ୍ଷ ଭାବରେ ମହେନ୍ଦ୍ର ମେହେର ରହିଛନ୍ତି । ଆଜିର ମାଟି ଅନୁକୂଳ କାର୍ଯ୍ଯକ୍ରମରେ ମହିଳା ଶ୍ରଦ୍ଧାଳୁଙ୍କ ସହ ଦୁର୍ଗାପୂଜା କମିଟିର ସମସ୍ତ ସଦସ୍ଯ ଓ ଉପଦେଷ୍ଟା ସାମିଲ ଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha