Home ରାଜ୍ୟଜିଲ୍ଲାପାଳଙ୍କ ପ୍ରୋତ୍ସାହନ ଏବଂ ତାଙ୍କ ପ୍ରଚେଷ୍ଟାରେ ଉନ୍ନତ ଓଟି ସ୍ଥାପନ ପାଇଁ ମେରୁଦଣ୍ଡ ଅପରେସନ ହୋଇପାରିଲା – ସିଡିଏମଓ l

ଜିଲ୍ଲାପାଳଙ୍କ ପ୍ରୋତ୍ସାହନ ଏବଂ ତାଙ୍କ ପ୍ରଚେଷ୍ଟାରେ ଉନ୍ନତ ଓଟି ସ୍ଥାପନ ପାଇଁ ମେରୁଦଣ୍ଡ ଅପରେସନ ହୋଇପାରିଲା – ସିଡିଏମଓ l

ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମଥର ପାଇଁ ବିରଳ ମେରୁଦଣ୍ଡ ଅପରେସନ ହେଲା।

by Maraguda Express
0 comments

ନୂଆପଡା -୨୫/୯ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମଥର ପାଇଁ ଏକ ବିରଳ ମେରୁଦଣ୍ଡ ଅପରେସନ ହୋଇଯାଇଛି । ଅସ୍ଥି ବିଶେଷଜ୍ଞ ଡଃ ଭିପୁଲ କୁମାର ଗର୍ଗ ଏବଂ ତାଙ୍କ ସମର୍ପିତ ଟିମ ଦ୍ୱାରା ଏହି ବିରଳ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିଛି । ଡଃ ରଶ୍ମୀଜିତ ବେହେରା ଏନଏସେସ୍ଥିଆ ଦେଇଥିଲେ । ବିଭୀଷଣ ଶବର, ବୟସ ୫୫ ବର୍ଷ, ଗ୍ରାମ ଶୁକୁଲିମୁଣ୍ଡି, ବ୍ଲକ୍ କୋମନା ବାସିନ୍ଦା ।ନିକଟରେ ଏକ ବଳଦ ତାଙ୍କୁ ଶିଙ୍ଘରେ ଟେକି ଦେଇଥିବାରୁ ତାଙ୍କ ମେରୁଦଣ୍ଡ ଆଘାତପ୍ରାପ୍ତ ହୋଇ ସେ ପକ୍ଷାଘାତ ଗ୍ରସ୍ତ ହୋଇଯାଇଥିଲେ । ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାର ଏହି ସମର୍ପିତ ଚିକିତ୍ସକ ଦଳ ତାଙ୍କୁ ସର୍ଜରୀ କରି ସୁସ୍ଥ କରିବାର ଆଶ୍ୱାସନା ଦେଇଥିଲେ l ରୋଗୀର ସର୍ଭିକାଲ ସ୍ପାଇନ ସର୍ଜରୀ ଆବଶ୍ୟକ ଥିଲା ।ଏମିତି ସର୍ଜରୀ ପ୍ରାୟତଃ ମେଡିକାଲ କଲେଜରେ କିମ୍ବା ବଡ ବଡ କର୍ପୋରେଟ ହସ୍ପିଟାଲ ବୁ ରେ ହୋଇଥାଏ ।ପ୍ରାଇଭେଟ୍ ହସ୍ପିଟାଲ୍ ରେ ଏଇ ଅପରେଶନ ଖର୍ଚ ପ୍ରାୟ ୫ ଲକ୍ଷ ଟଙ୍କା ହୋଇଥାନ୍ତା ।ଏ ସର୍ଜରୀ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ଡି ଏମ୍ ଓ ଡଃ ଲଲିତ ମୋହନ ବିଶି, ଡି ପି ଏମ୍ ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l ସୂଚନାଯୋଗ୍ୟ ଯେ କିଛି ଦିନ ଆଗରୁ ଏଠାରେ ସର୍ଜରୀ ବିଶେଷଜ୍ଞ ଡଃ ସ୍ବସ୍ତି ରେଖା ନାୟକ ଏବଂ ଟିମ୍ ଏଭଳି ଏକ ବିରଳ ଅପରେସନ କରି ଏକ ଶରାଘାତ ବାଳକର ଜୀବନ ରକ୍ଷା କରିଥିଲେ ।ଏଇ ବିଷୟରେ
ସି ଡି ଏମ୍ ଓ ଡଃ ସେଠୀ କହନ୍ତି ଏଭଳି ଅସାଧାରଣ ଅପରେସନ ପଛରେ ଜିଲ୍ଲାପାଳଙ୍କ ନିରନ୍ତର ପ୍ରୋତ୍ସାହନ ଓ ପ୍ରେରଣା ଆମକୁ ବଳ ଯୋଗାଇଥିଲା ।ତାଙ୍କ ପ୍ରଚେଷ୍ଟାରେ ଏଠାରେ ଉନ୍ନତ ମାନର ଅପରେସନ ଥିଏଟର, ଓଟି କାର୍ଯ୍ୟକ୍ଷମ ହୋଇ ପାରିଛି, ଯାହା ଏଭଳି ବିଶେଷ କାମରେ ଆସୁଛି ।ଏହି ସମର୍ପିତ ସର୍ଜରୀ ଟିମ୍ ର ସମସ୍ତ ସଦସ୍ୟ ମାନଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାଶ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha