Home ରାଜ୍ୟସିନାପାଲି ଥାନା : ପ୍ରଧାନ ଶିକ୍ଷକଙ୍କ ବେଦାନ୍ତ କମ୍ପାନୀରେ ନିଯୁକ୍ତି ଦେବା ଆଳ ରେ ଠକେଇ : ପ୍ରଧାନ ଶିକ୍ଷକଙ୍କ ସହ ୨ ଗିରଫ, ୧ ଫେରାର

ସିନାପାଲି ଥାନା : ପ୍ରଧାନ ଶିକ୍ଷକଙ୍କ ବେଦାନ୍ତ କମ୍ପାନୀରେ ନିଯୁକ୍ତି ଦେବା ଆଳ ରେ ଠକେଇ : ପ୍ରଧାନ ଶିକ୍ଷକଙ୍କ ସହ ୨ ଗିରଫ, ୧ ଫେରାର

by Maraguda Express
0 comments

ନୂଆପଡ଼ା -୨୯/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳର ଜଣେ ଯୁବତୀ ଓ ୨ଜଣ ଯୁବକଙ୍କୁ ଚାକିରି ରେ ନିଯୁକ୍ତି ଆଶାରେ ପୃଥକ ପୃଥକ ଘଟଣା ରେ ଠକାମିର ଶିକାର ହୋଇଥିବା ବେଳେ ସେମାନେ ସିନାପାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଅଭିଯୋଗ ଉପରେ ସିନାପାଲି ପୋଲିସ ଥାନାରେ ମାମଲା ଦାୟର କରି ପୋଲିସ ତତ୍ପରତା ଦେଖାଇ ଜଣେ ପ୍ରଧାନ ଶିକ୍ଷକ ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଫେରାର୍ ଥିବା ଜଣାପଡିଛି। ସୁଚନା ଅନୁସାରେ ସିନାପାଲି ଥାନା ସଦର ଗ୍ରାମର ପ୍ରବିଣ ମେହେର (୩୫) ଓ ପ୍ରଭାତ ମେହେର (୨୭) ଙ୍କୁ ଜଣେ ପ୍ରଧାନ ଶିକ୍ଷକ ବେଦାନ୍ତ କମ୍ପାନୀ ରେ ଚାକିରି ରେ ନିଯୁକ୍ତି କରାଇ ଦେବି ବୋଲି କହି ୬ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରିଥିଲେ। ଅଭିଯୋଗକାରୀ ଦ୍ୱୟ ମଧ୍ଯ ପ୍ରଧାନ ଶିକ୍ଷକ ଙ୍କ କଥାରେ ପଡି ଚାକିରି ଆଶାରେ ଟଙ୍କା ଦେଇଥିଲେ। ଗିରଫ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ହେଲେ କଲାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଗନ୍ଧପାରି ଗ୍ରାମର ଦିଲିପ ମହାରଣା (୪୦)। ଅଭିଯୁକ୍ତ ଜଣକ ଡଙ୍ଗାଯୋର ସରକାରୀ ୟୁପି ସ୍କୁଲ ରେ ପ୍ରଧାନ ଶିକ୍ଷକ ଥିବା ଜଣାପଡିଛି। ପ୍ରବିଣ ଗତ ୨୩ ତାରିଖ ସିନାପାଲି ଥାନା ରେ ଅଭିଯୋଗ କଲାପରେ ସିନାପାଲି ଥାନା ରେ କେସ୍ ନମ୍ୱର ୨୦୬/୨୫ ରେ ଏକ ମାମଲା ରୁଜୁ କରାଯାଇଛି। ସିନାପାଲି ଥାନାଧିକାରୀ ରଶ୍ମିତା ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ପୋଲିସ ତଦନ୍ତ ଅଧିକାରୀ ଭାବେ ଏସଆଇ କେତନ ଧରୁଆ ଙ୍କ ନେତୃତ୍ବ ରେ ଏକ ପୋଲିସ ଟିମ୍ ରାୟଗଡ଼ା ଜିଲ୍ଲା ଆମ୍ୱାଦୋଲା ଗ୍ରାମରେ ଚଢାଉ କରି ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଙ୍କୁ ଗିରଫ କରିଥିଲା। ସେଠାରୁ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଙ୍କୁ ସିନାପାଲି ପୋଲିସ ଗତ ରବିବାର ଦିନ କୋଟ୍ ଚାଲାଣ କରିଛି। ଅଭିଯୁକ୍ତ ଜଣକ ପ୍ରବିଣ ଠାରୁ ୪ଲକ୍ଷ ଓ ପ୍ରଭାତ ଠାରୁ ୨ଲକ୍ଷ ୫୦ହଜାର ଟଙ୍କା ଠକେଇ କରିଥିବା ସୁଚନା ମିଲିଛି। ସେହିପରି ସିନାପାଲି ଥାନା ଅଧିନ କସେଇପାଣି ଗ୍ରାମର ହିରାବତି ନିଆଲ (୨୯) ୨ଲକ୍ଷ ୮୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ବେଳେ ସେମଧ୍ୟ ସିନାପାଲି ଥାନା ରେ ଅଭିଯୋଗ କରିଛନ୍ତି। ସେହି ଅଭିଯୋଗ ଅନୁସାରେ ସିନାପାଲି ପୋଲିସ ଥାନାରେ କେସ୍ ନମ୍ୱର ୧୮୮/୨୫ ଅନୁସାରେ ଏକ ମାମଲା ରୁଜୁ କରାଯାଇଛି। ସିନାପାଲି ଥାନାଧିକାରୀ ରଶ୍ମିତା ପ୍ରଧାନ ଙ୍କ ନିର୍ଦେଶ କ୍ରମେ ସିନାପାଲି ପୋଲିସ ତଦନ୍ତ ଅଧିକାରୀ ଭାବେ ଏସଆଇ ସହଦେବ ଯୋଶୀ ଙ୍କ ନେତୃତ୍ବ ରେ ଏକ ପୋଲିସ ଟିମ୍ ହାତିବନ୍ଧା ରେ ଚଢାଉ କରି ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣକ ହେଲେ ବୋଡେନ ଥାନା ଅଲାଭଟା ଗ୍ରାମର କର୍ଣ୍ଣ ତାଣ୍ତି (୩୦)। ଏଥିରେ ୨ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ ଜଣେ ଖଡିଆଳ ଥାନା ଡୁଆଝର ଗ୍ରାମର କୌଶିକ ମେହେର (୩୦) ଫେରାର୍ ହୋଇ ଯାଇଛି। ଏହି ଅଭିଯୁକ୍ତ ଙ୍କ ନାମରେ ବୋଡେନ ଥାନା ରେ ମଧ୍ଯ ମାମଲା ରୁଜୁ ହୋଇଛି। ପ୍ରାପ୍ତ ଖବର ଅନୁସାରେ ହିରାବତି ଙ୍କୁ ଉଦ୍ୟାନ ବିଭାଗ ରେ ଆସିଷ୍ଟାଣ୍ଟ୍ ପଦବିରେ ଚାକିରି କରାଇଦେବା କହି ଅଭିଯୁକ୍ତ ଦୁଇ ଜଣ ଠକେଇ କରିଥିଲା। ଏବଂ ମେଲ ମାଧ୍ଯମ ରେ ନିଯୁକ୍ତି ଲେଟର ମଧ୍ଯ ଯୁବତୀ ଙ୍କୁ ଯୋଗଦାନ କରିବାକୁ ପଠାଇଥିଲା। ହେଲେ ସେହି ନିଯୁକ୍ତି ଲେଟର ନକଲି ବାହାରିଥିଲା। ଅଭିଯୁକ୍ତ କର୍ଣ୍ଣ ତାଣ୍ତି ଙ୍କୁ ପୋଲିସ କୋଟ୍ ଚାଲାଣ କରିଥିବା ଥାନାଧିକାରୀ ରଶ୍ମିତା ପ୍ରଧାନ ସୁଚନା ଦେଇଛନ୍ତି। ଏଭଳି ଚାକିରି ଆଶାରେ ଯୁବକ ଯୁବତୀ ଠକାମୀର ଶିକାର ହେଉଥିବା ବେଳେ ସିନାପାଲି ପୋଲିସ ତରଫରୁ ସତର୍କ ରହିବାକୁ କୁହାଯାଇଛି। ଏହି ଉଭୟ ପୋଲିସ ଟିମ୍ ରେ ସିନାପାଲି ପୋଲିସ କର୍ମଚାରୀ ସାମିଲ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha