18


ନୂଆପଡ଼ା -୧୫/୧ ( ସୁରେନ୍ଦ୍ର ତିୱାରୀ) ଖରିଆର ରୋଡ୍ ଏନଏସି ପକ୍ଷରୁ ପ୍ରତି ସପ୍ତାହ ଗୋଟିଏ ୱାର୍ଡରେ ଆୟୋଜିତ “ୱାର୍ଡ ରେ ପୌର ପ୍ରଶାସନ ଅଭିଯାନ” ଅନ୍ତର୍ଗତ, ଆଜି ୱାର୍ଡ ନମ୍ୱର୍ ୬ ରେ ଆୟୋଜିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ୱାର୍ଡବାସୀଙ୍କ ସମସ୍ୟାଗୁଡ଼ିକୁ ଗମ୍ଭୀରତାର ସହ ଶୁଣାଗଲା ଓ ଅନେକ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା।
ଅବଶିଷ୍ଟ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି, ପରିବେଶ ସୁରକ୍ଷା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ଭାବେ “ବର୍ତ୍ତନ ବ୍ୟାଙ୍କ” ର ଶୁଭାରମ୍ଭ କରାଗଲା। ଏହା ମାଧ୍ୟମରେ ଲୋକେ ନିଜ ଘରୋଇ ଆୟୋଜନରେ ମାଗଣା ବର୍ତ୍ତନ ନେଇ ପ୍ଲାଷ୍ଟିକ ବ୍ୟବହାର ରୁ ବଞ୍ଚି ପାରିବେ ଓ ପରିବେଶ ସୁରକ୍ଷା କରିପାରିବେ।



