53
ଏଠାରେ ସୂଚନା ଯୋଗ୍ୟ ଯେ ଉପରୋକ୍ତ ଶିବିର ପ୍ରତି ବୁଧବାର ଦିନ କ୍ରମାଗତ ପାଳି ରେ ଏନଏସି ର ସମସ୍ତ ୱାର୍ଡ଼ ରେ ସପ୍ତାହ କୁ ଗୋଟିଏ ଦିନ ଆୟୋଜିତ ହେବ।ଉପରୋକ୍ତ ଶିବିର ରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା,ଏଇ ରୋସନ କୁମାର ପ୍ରଧାନ, ଟେକ୍ସ ଦରୋଗା ପ୍ରତାପ ବାଗ, ଏମଆଇଏସ ଶରତ ଜାନି, ଡ଼ବ୍ଲ୍ୟୁଏସ ଅଚ୍ୟୁତ କୁମାର ଜେନା, ୱାର୍ଡ଼ ଅଫିସର୍ ପ୍ରେମାନନ୍ଦ ଗଉଡ଼, ଟେକ୍ସ କଲେକ୍ଟର ଗିରିଶ ଜାଲ ପ୍ରମୁଖ ଉପସ୍ଥିତ ଥିଲେ।
Table of Contents

ନୂଆପଡ଼ା -୧୧/୧୨ (ସୁରେନ୍ଦ୍ର ତିୱାରୀ) ପ୍ରଶାସନ କୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଆଜି ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫ ରୁ ୱାର୍ଡ ନମ୍ୱର- ୭ ପରସାଗୁଡ଼ା ଠାରେ “ୱାର୍ଡ଼ ରେ ପୌର ପ୍ରଶାସନ” ଶିବିର ଅନୁଷ୍ଠିତ ହେଇଥିଲା । ୱାର୍ଡବାସୀ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣି ସମାଧାନ ର ବ୍ୟବସ୍ଥା କରାଯାଇଥିଲା। ଉପରୋକ୍ତ ଶିବିର ରେ ପ୍ରାୟ ୬୫ ଜଣଙ୍କ ଅଭିଯୋଗ ଶୁଣାଣୀ ହୋଇଥଲା।

