Home ରାଜ୍ୟଉପନିର୍ବାଚନରେ ବୁଥ ପରିଚାଳନା ତଥା ସମ୍ବେଦନଶୀଳତା ତଥ୍ୟ ସଂଗ୍ରହ ପାଇଁ ସେକ୍ଟର ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ।

ଉପନିର୍ବାଚନରେ ବୁଥ ପରିଚାଳନା ତଥା ସମ୍ବେଦନଶୀଳତା ତଥ୍ୟ ସଂଗ୍ରହ ପାଇଁ ସେକ୍ଟର ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ।

by Maraguda Express
0 comments

ନୂଆପଡା -୧୩/୧୦(ସୁରେନ୍ଦ୍ର ତିୱାରୀ) ଆସନ୍ତା ମାସ ହେବାକୁ ଥିବା ନୂଆପଡା ଉପନିର୍ବାଚନରେ ବୁଥ ଗୁଡ଼ିକର ସୁପରିଚାଳନା ଏବଂ ସମ୍ବେଦନଶୀଳତା ସମ୍ବନ୍ଧିୟ ବିଶଦ ତଥ୍ୟ ସଂଗ୍ରହ କରିବା ନିମିତ୍ତ ସେକ୍ଟର ଅଧିକାରୀ ମାନଙ୍କୁ ଆଜି ତାଲିମ୍ ପ୍ରଦାନ କରାଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ,ପ୍ରଫୁଲ୍ଲ କୁଜୁର୍, ଡେପୁଟୀ କଲେକ୍ଟର ଶେଖ୍ ନସିମ, ହେମନ୍ତ ପୁଟା, ସମସ୍ତ ବିଡ଼ିଓ, ତହସିଲଦାର, ଅତିରିକ୍ତ ତହସିଲଦାର , ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ସେକ୍ଟର ଅଧିକାରୀ ଯୋଗ ଦେଇଥିଲେ l ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଯେ ତୃଟିଶୁନ୍ୟ ଏବଂ ଭୟଶୂନ୍ୟ ଉପ ନିର୍ବାଚନ ପାଇଁ ସମସ୍ତ ସେକ୍ଟର ଅଧିକାରୀ ଅତିଶିଘ୍ର ସମସ୍ତ ବୁଥ ର ସମ୍ବେଦନଶୀଳତା ସମ୍ବନ୍ଧୀୟ ସବିଶେଷ ତଥ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ। ନୂଆପଡ଼ା ନିର୍ବାଚନ ମଣ୍ଡଳୀ ରେ ୩୫୮ ଗୋଟି ବୁଥ ରହିଥିବା ବେଳେ ଏହି ବୁଥ ମଧ୍ୟରୁ ୪୭ ଗୋଟି ସମ୍ବେଦନଶୀଳ ବୁଥ ରହିଅଛି। ବିଶେଷ କରି କୋମନା ବ୍ଲକ୍ ର ସୁନାବେଡ଼ା ଅଭୟାରଣ୍ୟ, ପାର୍ବତ୍ୟ ଅଞ୍ଚଳ ଏବଂ ମାଓ ପ୍ରବଣ ଅଞ୍ଚଳ ବୁଥ ରହିଅଛି।ଏହି ବୁଥ ଗୁଡ଼ିକ ମତଦାନ ସମୟ ସୀମା ମଧ୍ୟ ଏକ ଘଣ୍ଟା କମ ଅର୍ଥାତ୍ ସକାଳ ୭ ଘଣ୍ଟା ରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ରହିଛି l କାରଣ ଅଗମ୍ୟ ଦୁର୍ଗମ ଅଞ୍ଚଳରୁ ଶୀଘ୍ର ମତଦାନ ପରେ ନିର୍ବାଚନ ସରଞ୍ଜାମ ସହ ଅଧିକାରୀ ମାନେ ନିରାପଦ ରେ ପ୍ରତ୍ୟାବର୍ତ୍ତନ କରିବା ଅତ୍ୟନ୍ତ ଜରୁରୀ l ଏହାସହିତ ସମସ୍ତ ବୁଥ ଅଞ୍ଚଳର ଅପରାଧିକ , ରାଜନୈତିକ, ଜାତିଗତ, ସାମ୍ପ୍ରଦୟିକ ଦଙ୍ଗା , ମାଓ ହିଂସା, ନିର୍ବାଚନ ଗଣ୍ଡଗୋଳ ସମ୍ବନ୍ଧୀୟ ପୁରୁଣା ଏବଂ ନୂତନ ତଥ୍ୟ ସଂଗ୍ରହ ନିର୍ବାଚନ ସୁପରିଚାଳନା ପାଇଁ ଅତ୍ୟନ୍ତ ଆବଶ୍ୟକ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha