ବୃକ୍ଷ ରୋପଣ, ପରିବେଶ ସ୍ୱଚ୍ଛତା, ପ୍ଲାଷ୍ଟିକ ବର୍ଜନ ସହ ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ହରିଜନ ଛାତ୍ରୀ ନିବାସ ଆରମ୍ଭ ।
ନୂଆପଡ଼ା -୨/୭ (ସୁରେନ୍ଦ୍ର ତିୱାରୀ) କୋମନା ବ୍ଲକ ଅନ୍ତର୍ଗତ ମେଣ୍ଡାଟାଲ ସରକାରି ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସହ ବିଶିଷ୍ଟ ଆଦିବାସୀ ହରିଜନ ଛାତ୍ରୀ ନିବାସ ଅଞ୍ଚଳ ର ଜନ ସାଧାରଣଙ୍କ ଉପସ୍ଥିତି ରେ ଉଦ୍ଘାଟିତ ହୋଇଯାଇଛି। ଗ୍ରାମ ର ଗୋନ୍ତିଆ ରୋହିତ ମାଝିଙ୍କ ସହ ଅନେକ ଗ୍ରାମବସୀ ପ୍ରଥମେ ଗ୍ରାମ ଦେବାଦେବୀ ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରି ସମସ୍ତଙ୍କ ମଙ୍ଗଳ ମନାସି ଥିଲେ।ବିଦ୍ୟାଳୟ ପରିସର ରେ ଉପସ୍ଥିତ ଅତିଥି ଓ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ସହ ପରିବେଶ ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ କରି ବନମହୋତ୍ସବ ସପ୍ତାହ ପାଳନ କରି ବୃକ୍ଷ ରୋପଣ ମଧ୍ୟ କରିଥିଲେ ।ବିଦ୍ୟାଳୟ ପରିଚାଳନା ସଭାନେତ୍ରୀ ଯଶୋବନ୍ତି ବାଗ,ପରିଚାଳନା କମିଟି ସଭ୍ୟ/ସଭ୍ୟା ଡିଙ୍ଗର ମାଝି, ଦେବରାଜ ଶବର, ଭୃଷବ୍ ଶବର, ନାରାୟଣ ହଂସ, ୱାର୍ଡ଼ ମେମ୍ବର ଉପେନ୍ଦ୍ର ଶବର ଓ ବିମଳା ବାଗ ଉପସ୍ଥିତ ଥିଲେ। ଏ ଅବସର ରେ ଉପସ୍ଥିତ ଅଞ୍ଚଳ ର ମହିଳାମାନେ ରାଜ୍ୟ ସରକାରଙ୍କୁ ବିଶେଷ କୃତଜ୍ଞତା ଜ୍ଞାପନ କରି କହିଲେ ଯେ ଦାଦନ୍ ଖଟି ବାକୁ ଯାଇ ଛାତ୍ରୀମାନେ ପାଠ ପଢା ରୁ ବଞ୍ଚିତ ହେଉଥିଲେ ଏବେ ଛାତ୍ରୀ ନିବାସ ଦ୍ଵାରା ଉପକୃତ ହୋଇ ଦାଦନ ଯିବାରେ ରୋକ ଲାଗିବ, ଅଞ୍ଚଳ ର ମହିଳା ମାନଙ୍କ ଉନ୍ନତି ଘଟିବ ବୋଲି ପ୍ରକାଶ କରିଥଲେ। ଏ ଅବସର ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଖେମ ଦାସ, ଲଖନା ସରପଞ୍ଚ ପଦ୍ମିନୀ ସୁନା,ସହକାରୀ ଶିକ୍ଷକ, ଛାତ୍ରଛାତ୍ରୀ,ଅଞ୍ଚଳ ର ଆବାଳ ବୃଦ୍ଧ ବନିତା ଉପସ୍ଥିତ ଥିଲେ।
ବୃକ୍ଷ ରୋପଣ, ପରିବେଶ ସ୍ୱଚ୍ଛତା, ପ୍ଲାଷ୍ଟିକ ବର୍ଜନ ସହ ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ହରିଜନ ଛାତ୍ରୀ ନିବାସ ଆରମ୍ଭ
139