ଭାରତୀୟ ନିର୍ବାଚନ ଆୟୋଗ 

by Maraguda Express
0 comments

ଭାରତୀୟ ନିର୍ବାଚନ ଆୟୋଗ
ନୂଆପଡ଼ା ୧/୭ (ପ୍ରେସ୍ ବିଜ୍ଞପ୍ତି)
୫୦୦ ଜଣ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଭାରତ ନିର୍ବାଚନ ଆୟୋଗ ୨ ଦିନିଆ ସାମର୍ଥ୍ୟ ବୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି l
ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ (IIIDEM)ରେ ବୁଥ୍ ସ୍ତରୀୟ ଅଧିକାରୀ (BLO) ପର୍ଯ୍ୟବେକ୍ଷକଙ୍କ ପାଇଁ ତ୍ରୟୋଦଶ ବ୍ୟାଚ୍ ର ତାଲିମ ଆରମ୍ଭ ହୋଇଛି। ଭାରତର ମୁଖ୍ୟ ନିର୍ବାଚନ କମିଶନର (CEC) ଶ୍ରୀ ଜ୍ଞାନେଶ କୁମାର, ଓଡ଼ିଶାରୁ ୫୩ ଜଣ ଅଧିକାରୀଙ୍କ ସମେତ ଦେଶର ୫୦୦ ଜଣ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନୂଆଦିଲ୍ଲୀରେ ଭାରତ ନିର୍ବାଚନ ଆୟୋଗ ଦ୍ୱାରା ଗତ ତିନି ମାସରେ ୫,୦୦୦ ରୁ ଅଧିକ ବୁଥ-ସ୍ତରୀୟ ଅଧିକାରୀ/ ବୁଥ-ସ୍ତରୀୟ ଅଧିକାରୀ ପର୍ଯ୍ୟବେକ୍ଷକଙ୍କୁ ତାଲିମ ଦିଆଯାଇଛି। ୨. ଉଦଘାଟନୀ ଭାଷଣରେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ଭୋଟର ତାଲିକା ଏବଂ ନିର୍ବାଚନ ପ୍ରସ୍ତୁତି କଡ଼ାକଡ଼ି ଭାବରେ ଲୋକପ୍ରତିନିଧିତ୍ୱ ଆଇନ ୧୯୫୦, ୧୯୫୧, ଭୋଟର ପଞ୍ଜୀକରଣ ନିୟମ ୧୯୬୦, ନିର୍ବାଚନ ଆଚରଣ ନିୟମ, ୧୯୬୧ ଏବଂ ସମୟ ସମୟରେ ନିର୍ବାଚନ ଆୟୋଗ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯିବା ନିଶ୍ଚିତ କରିବା ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଗୁଡ଼ିକ ଅତ୍ୟନ୍ତ ଜରୁରୀ। ସେ ଏହା ମଧ୍ୟ କହିଛନ୍ତି ଯେ କୌଣସି ଗଣତନ୍ତ୍ରରେ, ଆଇନଠାରୁ ଅଧିକ ସ୍ୱଚ୍ଛ ଆଉ କିଛି ହୋଇପାରେ ନାହିଁ ଏବଂ ଭାରତରେ ନିର୍ବାଚନ ସର୍ବଦା ଏହି ସମସ୍ତ ଆଇନ ଅନୁଯାୟୀ ଅନୁଷ୍ଠିତ ହୁଏ। ୩. ମୁଖ୍ୟ ନିର୍ବାଚନ କମିଶନର ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ତାଲିମ ମାଧ୍ୟମରେ ଅଂଶଗ୍ରହଣକାରୀ ମାନେ ଲୋକ-ପ୍ରତିନିଧିତ୍ବ ଆଇନ ୧୯୫୦ ର ଧାରା ୨୪(କ) ଅନୁଯାୟୀ DM/ଜିଲ୍ଲା କଲେକ୍ଟର/କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଏବଂ ଧାରା ୨୪(ଖ) ଅନୁଯାୟୀ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ବିରୁଦ୍ଧରେ ପ୍ରଥମ ଏବଂ ଦ୍ୱିତୀୟ ଅପିଲର ବ୍ୟବସ୍ଥା ସହିତ ନିଜକୁ ପରିଚିତ କରିବେ ବୋଲି ପରାମର୍ଶ ଦେଇଥିଲେ। ସେ ବୁଥ-ସ୍ତରୀୟ ଅଧିକାରୀ ଏବଂ ବୁଥ-ସ୍ତରୀୟ ଅଧିକାରୀ ପର୍ଯ୍ୟବେକ୍ଷକ ମାନଙ୍କୁ କ୍ଷେତ୍ରସ୍ତରୀୟ ଯାଞ୍ଚ ସମୟରେ ଭୋଟର ମାନଙ୍କୁ ଏହି ବ୍ୟବସ୍ଥାଗୁଡ଼ିକ ବିଷୟରେ ସଚେତନ କରିବାକୁ ମଧ୍ୟ ଉତ୍ସାହିତ କରିଥିଲେ। ୪. ଏହି ତାଲିମର ଅଂଶଗ୍ରହଣକାରୀଙ୍କ ବ୍ୟବହାରିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ ଭୋଟର ପଞ୍ଜୀକରଣ, ଫର୍ମ ପରିଚାଳନା ଏବଂ ନିର୍ବାଚନ ପ୍ରକ୍ରିୟାର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନକୁ ବିଶେଷକରି ପରିକଳ୍ପନା କରାଯାଇଛି। ଅଂଶଗ୍ରହଣକାରୀ ମାନେ ଆଇ.ଟି ଉପକରଣ ଉପରେ ବ୍ୟବହାରିକ ତାଲିମ ମଧ୍ୟ ପାଇବେ। ଅଧିକାରୀ ମାନଙ୍କୁ ମକ୍ ପୋଲ ସମେତ ଇ.ଭି.ଏମ୍ ଏବଂ ଭି.ଭି.ପି.ଏ.ଟି ର ବୈଷୟିକ ପ୍ରଦର୍ଶନ ଏବଂ ତାଲିମ ମଧ୍ୟ ପ୍ରଦାନ କରାଯିବ। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ, ଶ୍ରୀ ଆର. ସନ୍ଥଗୋପାଳନ, ଆଇ.ଏ.ଏସ୍ ଓଡ଼ିଶାର 0୧ଜିଲ୍ଲା ନିର୍ବାଚନ ଅଧିକାରୀ, 0୨ ନିର୍ବାଚକ ପଞ୍ଜିକରଣ ଅଧିକାରୀ, ଏବଂ ୫୩ ବୁଥ-ସ୍ତରୀୟ ଅଧିକାରୀ/ ବୁଥ-ସ୍ତରୀୟ ପର୍ଯ୍ୟବେକ୍ଷକ ମାନଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha