ପଡ଼ାବାସୀ ନିଜସ୍ୱ ଉଦ୍ୟମରେ କଲେ ରାସ୍ତା ନିର୍ମାଣ

by Maraguda Express
0 comments

ପଡ଼ାବାସୀ  ନିଜସ୍ୱ ଉଦ୍ୟମରେ କଲେ ରାସ୍ତା ନିର୍ମାଣନୂଆପଡ଼ା -୨/୭ ନୂଆପଡା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣ୍ଡରାପଥର ଗ୍ରାମ ନିକଟସ୍ଥ ଗୋହିରାପଦର ଓ ଗୋଡ଼ଭଟା ପଡ଼ା ବାସିନ୍ଦା ସ୍ଵାଧୀନତା ର ୭୬ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତାଘାଟ ଓ ପାନୀୟ ଜଳ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ପ୍ରଶାସନିକ ଉଦାସୀନତା ଓ ଜନ ପ୍ରତିନିଧିମାନଙ୍କ ରାଜନୈତିକ ଇଚ୍ଛା ଶକ୍ତୀ ର ଅଭାବ ଯୋଗୁଁ ଏହି ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଛନ୍ତି ପଡ଼ାବାସୀ । ପଣ୍ଡରାପଥର ଗ୍ରାମ ଠାରୁ ଗୋହିରାପଦର ଓ ଗୋଡ଼ଭଟା ପଡ଼ା ପ୍ରାୟ ଅଢେଇ କିଲୋମିଟର ଦୂରରେ ଅବସ୍ଥିତ। ଏହି ପଡ଼ାରେ ୪୦ ଟି ଘର ବସବାସ କରନ୍ତି। ଜନସଂଖ୍ୟା ପାଖାପାଖି ୨୫୦ ଜଣ । ଏହି ପଡ଼ାକୁ ଆସିବା ପାଇଁ ହେଲେ ଖଣ୍ଡିଏ ମାଟି ରାସ୍ତା ପଡି ରହିଛି। ବର୍ଷାଦିନେ ଅଳ୍ପ ବର୍ଷା ହେଲେ ମଧ୍ୟ ରାସ୍ତା ଖାଲଖମା କାଦୁଅ ଓ ପାଣି ପଚପଚ ହେଉଛି। ବାଇକ ଓ ସାଇକେଲ ମଧ୍ୟ ଠିକ ଭାବେ ଚଲେଇ ହେଉନାହିଁ କାଦୁଅ ରେ ବୁଡି ଯାଉଛି। ବିଦ୍ୟାଳୟରେ ପାଠ ପଢୁଥିବା କୋମଳମତି ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ ଗଲାବେଳେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ବିଦ୍ୟାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ବୁଢ଼ାବୁଢ଼ୀମାନେ ନିଜର ଭତ୍ତା ପାଇଁ ଗ୍ରାମପଞ୍ଚାୟତ ଓ ବ୍ୟାଙ୍କକୁ ଯିବା ପାଇଁ ଭାରି କଷ୍ଟ ରେ ଯାଉଛନ୍ତି।ରାସ୍ତା ମରାମତି ପାଇଁ ପଞ୍ଚାୟତ ଗ୍ରାମ ସଭାରେ ପାରିତ ହେଲେ ମଧ୍ୟ କାର୍ଯ୍ୟ ଶୂନ। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜଣାଇଲା ପରେ ମଧ୍ୟ ପ୍ରଶାସନିକ ଦୃଷ୍ଟି ପଡୁନାହିଁ। ପରିଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ନିଜସ୍ଵ ଉଦ୍ୟମକରି କୋଡ଼ି କୋଦାଳ ଝୁଟି ଧରି ମାଟି ମୋରମ ପକାଇ ରାସ୍ତା ତିଆରି କରିଛନ୍ତି। ପଡ଼ାରେ ପାଣି ସମସ୍ୟା ମଧ୍ୟ ରହିଛି। ନଳକୂପ ଠିକ ଭାବରେ ପାଣି ବାହାରୁ ନାହିଁ। ସପ୍ଲାଏ ପାଣି କେବେ ଆସୁଛି ତ କେବେ ନାହିଁ, ସେମାନେ ନିକଟସ୍ଥ ଝରଣା ଓ ନାଳ ପାଣି ବ୍ୟବହାର କରୁଛନ୍ତି। ତେଣୁକରି ପଡ଼ାର ଦାଉ ମାଝୀ, ମଧୁ ମାଝୀ, ଦୁର୍ଜନ ଖରସେଲ, ହୀରାଲାଲ ମାଝୀ, ପରମେଶ୍ୱର ଧରୁଆ, ରେବାଲାଲ ବାରିକ, ପ୍ରତାପ ମାଝୀ, ଯୋଗୀନ୍ଦ୍ର ଧରୁଆ, ଅମ୍ବିକା ମାଝୀ, ଵିମଳା ମାଝୀ, ରଥୁ ମାଝୀ,ନରେନ୍ଦ୍ର ଅଦା, ଜୟଧର ମାଝୀ, ତୁଳସୀ ରାମ ମାଝୀ ପଡ଼ା ର ରାସ୍ତା ମରାମତି ଓ ପାନୀୟ ଜଳ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha