43


ନୂଆପଡା- ୨୬/୧ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ତରବୋଡ ସ୍ଥିତ ନବୋଦୟ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀ ଙ୍କ ଏକ ମିଳନ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି। ଉପରୋକ୍ତ ସମ୍ମିଳନୀକୁ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟର ପରିସର ରେ ଚଳିତ ବର୍ଷର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ୭୦ ଜଣ ରୁ ଉର୍ଦ୍ଧ୍ବ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ୟାମସୁନ୍ଦର ପୃଷ୍ଟି ,ପୁରାତନ ଛାତ୍ରଛାତ୍ରୀ ସଙ୍ଘ ସଭାପତି ଜିତେନ୍ଦ୍ର କୁମାର ନାୟକ, ସଂମ୍ପାଦକ ତଥା ବିଡିଓ କୋକସରା ଡ.ହିମାଞ୍ଚଳ ମାଝୀ ଓ ସଭାପତି ଭାବରେ ତରବୋଡ ନବୋଦୟର ଅଧ୍ୟକ୍ଷ ଭେଙ୍କଟରମଣ ମଞ୍ଚାସିନ ଥିଲେ। ଜିତେନ୍ଦ୍ର ନାୟକ ଅତିଥିଙ୍କ ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ । ସଭା ପୁର୍ବ ରୁ ସର୍ବ ପ୍ରଥମେ ଗଣେଶଙ୍କ ପୂଜା ଅର୍ଚ୍ଚନା ତଥା ଦୀପ ପ୍ରଜ୍ବଳନ ଅତିଥିମାନଙ୍କ ଦ୍ବାରା ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ବାଗତ ଗୀତ ଗାନ କରି ଅତିଥି ମାନଙ୍କ ସ୍ବାଗତ କରା ଯାଇ ଥିଲା ।
ସଙ୍ଘ ତରଫରୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା। ପୁରାତନ ଛାତ୍ରଛାତ୍ରୀ ପୁଣ୍ୟତୋଷ ମୁଣ୍ଡ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସଭାରେ ଉପସଭାପତି ଲାଲ ବାହାଦୂର ଦାସ, ଡକ୍ଟର ଲୋକେଶ ଛାପଡିଆ, ଯୁଗ୍ମ ସମ୍ପାଦକ ଆଶିକ ରହମାନ ଓ ଝୁନି ଚଲାନ କୋଷାଧ୍ୟକ୍ଷ ରତ୍ନ କିଶୋର ବିଶି ସଂଗଠକ ମଣ୍ଡଳୀ ପୁଣ୍ୟତୋଷ ମୁଣ୍ଡ ସଂଯୋଯକ,ସହ ସଂଯୋଯକ ଅମୀୟ ରଞ୍ଜନ ଶବର, ,ଉପଦେଷ୍ଟା ଅନିଲ ଦେଓ୍ବାଙ୍ଗନ ପ୍ରମୁଖ ଉପସ୍ଥିତ ଥିଲେ । ସଭା ପରିଶେଷରେ ଉପସଭାପତି ଲାଲବହାଦୂର୍ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

