ମହିଳା ଙ୍କ ମଦ ବିରୋଧୀ ଅଭିଯାନ: ମଦ କୋଠି ବନ୍ଦ କର 

by Maraguda Express
0 comments

ମହିଳା ଙ୍କ ମଦ ବିରୋଧୀ ଅଭିଯାନ: ମଦ କୋଠି ବନ୍ଦ କର
ନୂଆପଡ଼ା -୨/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଧୂମାଭଟା ଗ୍ରାମରେ ବେଆଇନ ମଦ କାରବାର କୁ ସ୍ଥାନୀୟ ମହିଳା ଦୃଢ ହସ୍ତ ରେ ବିରୋଧ କରିଛନ୍ତି। ଆଜି ସମଗ୍ର ଜିଲ୍ଲା ରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ନିଷେଧ ଓ ବୃକ୍ଷ ରୋପଣ ଅଭିଯାନ ଚାଲିଥିବାବେଳେ ଉକ୍ତ ଗ୍ରାମର ମହିଳା ମାନେ ଗ୍ରାମରେ ଏକତ୍ରିତ ହୋଇ ଏକ ବୈଠକ କରି ଗ୍ରାମରେ ଚାଲିଥିବା ବେଆଇନ ମଦ କାରବାର କୁ ତୀବ୍ର ବିରୋଧ କରିବା ସହ ଗ୍ରାମର ଏକ ମଦକୋଠି ରୁ ପଚାଶ କେଜି କ୍ଷମତା ବିଶିଷ୍ଟ ଏକ ବସ୍ତା ରେ ଭର୍ତ୍ତି ମଦଭାଟି ରେ ପ୍ରସ୍ତୁତ ମଦ ଉଦ୍ଧାର କରି ଅନ୍ୟତ୍ର ଫୋଫାଡ଼ି ଦେଇଥିବା ଜଣାପଡିଛି। ଉକ୍ତ ଗ୍ରାମରେ ମଦପ୍ରଭାବ ରେ ବହୁ ଛାତ୍ର,ଯୁବକ, ବୃଦ୍ଧ,ମହିଳା ବିପଥଗାମୀ ହୋଇ ମଦ ଆସକ୍ତ ହେଉ ଥିବା ସହ ଖାଲି ପୋଲି ପେକ ଗ୍ରାମ ମଧ୍ୟରେ ଫିଙ୍ଗି ଦେଇ ପରିବେଶ ଦୂଷିତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ବେଆଇନ ମଦ କାରବାର ଜିଲ୍ଲା ଅବକାରୀ ବିଭାଗ ଦୃଷ୍ଟି ଆଢୁଆଳ ରେ ଚାଲୁଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅବକାରୀ ବିଭାଗ ଚେଇଁ ଶୋଇନାହିଁ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶାସନ ଦୃଷ୍ଟି ଦେଇ ମଦ କୋଠି ବନ୍ଦ କରିବାକୁ ମହିଳାମାନେ ଦାବୀ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha