ଜିଲ୍ଲା ସାଥୀ ୟୁନିଟର ତୃତୀୟ ବୈଠକ ଅନୁଷ୍ଠିତ

ନୂଆପଡା -୧୬/୭ (ସୁରେନ୍ଦ୍ର ତିୱାରୀ)
ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଭାଗୃହରେ ପ୍ରାଧିକରଣର ସଚିବ ତଥା ଜିଲ୍ଲା ସାଥୀ ୟୁନିଟର ଅଧ୍ୟକ୍ଷ ନବନୀତା ଦାଶଙ୍କ ସଭାପତିତ୍ବରେ ଏହି ୟୁନିଟର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଭାସୀ ମାଧ୍ୟମରେ ବୋଡେନ ତହସିଲଦାର ସରିତା ଗୁପ୍ତା, ଖରିଆର ତହସିଲଦାର ଓ କାର୍ଯ୍ୟକାରୀ ବିଡିଓ ନରସିଂହ ଗଡ଼ବା,ଜିଲ୍ଲା ଇ-ଗଭର୍ନେନ୍ସ ମ୍ୟାନେଜର ବିରେନ୍ଦ୍ର ଦଣ୍ଡସେନା,ଜିଲ୍ଲା ପୋଲିସ୍ ମାନବାଧିକାର ସୁରକ୍ଷା ଅଧିକାରୀ ଆଦିତ୍ଯ କୁମାର ସାହୁ, ବେଲଟୁକୁରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୂଯ୍ଯକାନ୍ତି ଦାଶ, ଜୋଙ୍କ୍ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦିପ କୁମାର ଧାରୁଆ, ଲଖନା ଥାନା ଭାରପ୍ରାପ୍ତ ଅଧିକାରୀ ଦୁର୍ଗା ମାଧବ ବାଗ, କୋମନା ଥାନା ଭାରପ୍ରାପ୍ତ ଅଧିକାରୀ ସୁମନ୍ତ ନାଏକ, ଖରିଆର ଥାନା ଭାରପ୍ରାପ୍ତ ଅଧିକାରୀ ଦିଲିପ କୁମାର ସାହୁ,ସିନାପାଲି ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ପ୍ରଧାନ, ବୋଡ଼େନ ଥାନା ଭାରପ୍ରାପ୍ତ ଅଧିକାରୀ ଗୋବିନ୍ଦ ମାଝୀ,ବିଜୁପଟ୍ଟନାୟକ ମାନସିକ ଅନଗ୍ରସର ସ୍ଵତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ୍ଵରୀ ସାମନ୍ତ, ଉତ୍କଳ ବାଳାଶ୍ରମ, ନବପ୍ରଭାତ ଅନାଥାଶ୍ରମ ଓ କାରୁଣ୍ୟ ଅନାଥାଶ୍ରମ ର ଅଧ୍ୟକ୍ଷବୃନ୍ଦ, ଜିଲ୍ଲା ଶିକ୍ଷା ବିଭାଗର ପ୍ରତିନିଧି, ପ୍ରାଧିକରଣର ପ୍ୟାନେଲ ଓକିଲ ଓ ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବସ୍ ଷ୍ଟାଣ୍ଡ୍, ରେଲୱେ ଷ୍ଟେସନ ଓ ଅନ୍ଯାନ୍ଯ ସ୍ଥାନରେ ଅସହାୟ ରୂପେ ବସବାସ କରୁଥିବା ଏବଂ ଆଧାର ପରିଚୟପତ୍ର ନଥିବା ନିରାଶ୍ରିତ ଓ ବେସାହାରା ଶିଶୁଙ୍କ ନାମ କିପରି ଆଧାର ପରିଚୟ ପତ୍ରରେ ପଞ୍ଜିକୃତ ହୋଇପାରିବ ତାହାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ସଚିବ ତଥା ୟୁନିଟର ଅଧ୍ୟକ୍ଷ ନବନୀତା ଦାଶ ସମସ୍ତ ସଦସ୍ୟଙ୍କୁ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଅଧିକରୁ ଅଧିକ ଏହି ପ୍ରକାର ଅସହାୟ ଓ ସ୍ଥାୟୀ ଆଶ୍ରୟବିହୀନ ଶିଶୁଙ୍କୁ ଚିହ୍ନଟକରି ସେମାନଙ୍କୁ ଆଧାର ପଞ୍ଜିକୃତ କରିବା କୁ ଯଥା ଶୀଘ୍ର ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟକୁ ସୂଚିତ କରିବାକୁ ଅନୁରୋଧ କରିଥିଲେ ।

ଜିଲ୍ଲା ସାଥୀ ୟୁନିଟର ତୃତୀୟ ବୈଠକ ଅନୁଷ୍ଠିତ
198
previous post