ଜିଲ୍ଲାପାଳଙ୍କ ଉଠାଜଳସେଚନ ବିଭାଗର ମାସିକ ସମୀକ୍ଷା ବୈଠକ l

by Maraguda Express
0 comments

ଜିଲ୍ଲାପାଳଙ୍କ ଉଠାଜଳସେଚନ ବିଭାଗର ମାସିକ ସମୀକ୍ଷା ବୈଠକ                                                                   ନୂଆପଡ଼ା  -୨/୭ (ସୁରେନ୍ଦ୍ର ତିୱାରୀ)  ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉଠାଜଳସେଚନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଠାଜଳସେଚନ ବିଭାଗର ସମସ୍ତ ଯନ୍ତ୍ରୀ, ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉପସ୍ଥିତ ଥିଲେ l ନୂତନ ଭାବରେ ସ୍ଥାପିତ ୧୪ ଗୋଟି ଓ ପୁନରୁଦ୍ଧାର ହୋଇଥିବା ୩୦ ଗୋଟି ଉଠାଜଳସେଚନ ପ୍ରକଳ୍ପକୁ ଜୁଲାଇ ଶେଷ ସୁଦ୍ଧା ବିଦ୍ୟୁତ ବିଭାଗର ସମନ୍ୱୟରେ ଚାଲୁ କରିବା ପାଇଁ ସ୍ଥିର ହୋଇଥିଲା l କୋମନା ବ୍ଲକ ରେ ୧୪୩ ଗୋଟି ବୋରୱେଲକୁ ୧୫ ଦିନ ଭିତରେ ଚାଲୁ କରିବା ପାଇଁ ନିଷ୍ପତି ନିଅଗଲା। ବିଗତ ୩ ମାସ ଭିତରେ ୧ ହଜାର ଗୋଟି ସୌର ଚାଳିତ ସୌର ପ୍ୟାନେଲ ବସାଇବା ସମ୍ବନ୍ଧେ ଜିଲ୍ଲାପାଳ ପରିଚାଳନା ନିର୍ଦ୍ଦେଶକ, ଉଠାଜଳସେଚନଙ୍କୁ ଟେଲିଫୋନ ମାଧ୍ୟମରେ ଅବଗତ କରାଇଥିଲେ। ସମସ୍ତ ଅଧିକାରୀ ମାନଙ୍କୁ ସମର୍ପିତ ଭାବରେ କାମ କରି କୃଷକ ମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଶେଷରେ କେତୋଟି ସଫଳ ଉଠାଜଳସେଚନ ପ୍ରକଳ୍ପର ପାୱାର ପଏଣ୍ଟ ପ୍ରଦର୍ଶନ କରାଯାଇଥିଲା l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha