101
ଭାରତ ନିର୍ବାଚନ ଆୟୋଗ ପ୍ରେସ୍ ବିଜ୍ଞପ୍ତି ନୂଆପଡ଼ା -୭/୭ ବିହାରରେ ଏସ.ଆଇ.ଆର ସୁଗମ ଭାବେ ଅଗ୍ରଗତି କରୁଛି l୨.୮୮ କୋଟି (୩୬.୪୭%) ଗଣନା ଫର୍ମ ସଂଗ୍ରହ ହୋଇଛି l ଇ.ସି.ଆଇ.ନେଟ ରେ ୧୧.୨୬% ଅପଲୋଡ୍ ହୋଇଛି l ଗତ ୨୪ ଘଣ୍ଟା ମଧ୍ୟରେ ୧.୧୮ କୋଟି ଫର୍ମ ସଂଗ୍ରହ କରାଯାଇଛି l ବିହାରରେ ସ୍ୱତନ୍ତ୍ର ସଘନ ସଂଶୋଧନ ଭାରତ ନିର୍ବାଚନ ଆୟୋଗଙ୍କ ୨୪.୦୬.୨୦୨୫ ତାରିଖର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ ହେଉଛି। ନିର୍ଦ୍ଦେଶ ଅନୁଯାୟୀ, ୧ ଅଗଷ୍ଟ ୨୦୨୫ ରେ ଜାରି ହେବାକୁ ଥିବା ଚିଠା ଭୋଟର ତାଲିକାରେ ସେହି ବ୍ୟକ୍ତିଙ୍କ ନାମ ରହିବ ଯେଉଁମାନଙ୍କର ଗଣନା ଫର୍ମ ଗ୍ରହଣ କରାଯାଇଛି। ଭୋଟରଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟ ସୁଗମ ଭାବେ ଅଗ୍ରଗତି କରୁଛି। ଆଜି ସନ୍ଧ୍ୟା ୬ଟା ସୁଦ୍ଧା, ୨,୮୭,୯୮,୪୬୦ ଗଣନା ଫର୍ମ ଅର୍ଥାତ୍ ୨୪ ଜୁନ୍, ୨୦୨୫ ଯାଏ ପଞ୍ଜୀକୃତ ବିହାରର ମୋଟ ୭,୮୯,୬୯,୮୪୪ (ପ୍ରାୟ ୭.୯୦ କୋଟି) ଭୋଟରଙ୍କ ମଧ୍ୟରୁ ୩୬.୪୭ ପ୍ରତିଶତ ଗ୍ରହଣ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଗତକାଲି ସନ୍ଧ୍ୟା ୬ଟାରୁ ୧,୧୮,୪୯,୨୫୨ ଗଣନା ଫର୍ମ ସଂଗ୍ରହ କରାଯାଇଛି। ଫର୍ମ ଦାଖଲ କରିବାର ଶେଷ ତାରିଖ ପାଇଁ ଆଉ ୧୮ ଦିନ ବାକି ଅଛି।