
ମାନବତା ବଞ୍ଚାଅ ଅଭିଯାନ ପକ୍ଷ ରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ। ନୂଆପଡ଼ା -୭/୭(ସୁରେନ୍ଦ୍ର ତିୱାରୀ) ରାଜ୍ୟ ରେ ଚାଲିଥିବା ଘୃଣା,ହିଂସା ଓ ଅତ୍ୟାଚାର ର ପ୍ରତିକ୍ରିୟାରେ ପୀଡିତ ବ୍ୟକ୍ତିଙ୍କ ସହିତ ମାନବିକତା ଏକତା ରେ ଦୃଢ଼ ଭାବରେ ଛିଡ଼ା ହୋଇଛି ଏବଂ ଜାତି, ବିରୋଧୀ, ଧର୍ମ ନିରପେକ୍ଷତା ମାନବତା ଏବଂ ଗଣତନ୍ତ୍ର ର ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ ବିରୁଦ୍ଧ ରେ ସାଧାରଣ ପ୍ରତିବାଦ ସଂଗଠିତ କରି ରାଜ୍ୟ ରେ ଏକ ଅଭିଯାନ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ମାନବତା ବଞ୍ଚାଅ ଅଭିଯାନ । ଏହି କ୍ରମ ରେ ଆଜି ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ଠାରେ ଗତ ୨୨ ଜୁନ ୨୦୨୫ ଦିନ ଘଟିଯାଇ ଥିବା ଗଞ୍ଜାମ ଜିଲ୍ଲାର ଧରାକୋଟ ଘଟଣାକୁ ନେଇ ଓଡ଼ିଶା ମାନବତା ବଞ୍ଚାଅ ଅଭିଯାନ ର ଆହ୍ବାନ କ୍ରମେ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଏ.ଡି.ଏମ ସୁଭାଶ ଚନ୍ଦ୍ର ରଇତ ଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ କରାଗଲା। ଏ ଅବସର ରେ ରବି ମଙ୍ଗରାଜ, ସରୋଜ କୁମାର ସୁନା, ଅଭିରାମ ଛତ୍ରିଆ, ନରେଶ ନାଏକ , ଶଙ୍କର ସୁନା , ହରି କୁଲଦୀପ ,ଭକ୍ତ ବନ୍ଧୁ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ।
ମାନବତା ବଞ୍ଚାଅ ଅଭିଯାନ ପକ୍ଷ ରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ
ମାନବତା ବଞ୍ଚାଅ ଅଭିଯାନ ପକ୍ଷ ରୁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ
288
previous post