ସିନାପାଲି ଗଙ୍ଗାଧର ସାରସ୍ବତ ସମିତିର ବର୍ଷା ଆସର ଶ୍ରାବଣୀ ଅନୁଷ୍ଠିତ

ନୂଆପଡ଼ା -୧୨/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ର ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ଚଳିତ ବର୍ଷର ବର୍ଷା ସାହିତ୍ଯ ଆସର ଶ୍ରାବଣୀ ଅନୁଷ୍ଠିତ ହୋଇଛି । ଶନିବାର ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ପରିସରରେ ସମିତିର ବରିଷ୍ଠ ସଦସ୍ଯ ରବୀନ୍ଦ୍ର ନାଥ ଯୋଷୀଙ୍କ ଅଧ୍ଯକ୍ଷତାରେ ଏନେଇ ଅନୁଷ୍ଠିତ ସଭାରେ ଅତିଥି ଭାବରେ ସିନାପାଲି ପ୍ରେସ କ୍ଲବ ସଭାପତି ଅଜିତ ଯୋଷୀ, ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ମେହେର ଓ ମାରୱାଡ଼ି ଯୁବାମଞ୍ଚର ସଭାପତି ହିରାଲାଲ ଅଗ୍ରୱାଲ, ସମିତିର ସଂପାଦକ ତରୁଣ କୁମାର ମେହେର ଯୋଗ ଦେଇଥିବା ବେଳେ ଆସରର ଆଲୋଚକ ଭାବରେ ବ୍ଯଙ୍ଗକବି ଶିବପ୍ରସାଦ ମେହେର ଉପସ୍ଥିତ ରହି ବର୍ଷା ସହ ସାହିତ୍ଯର ନିବିଡ଼ ସଂପର୍କ ବିଷୟରେ ନିଜସ୍ବ ମତ ରଖିଥିଲେ ।
ଏହା ପରେ ଧୄବ ଚରଣ ପ୍ରଧାନଙ୍କ ସଂଯୋଜନାରେ କବି ସଦୟ ପ୍ରଧାନ, ଗଣପତି ବାଗ, ଭୀଷ୍ମରାଜ ମେହେର, ଶାଶ୍ୱତୀ ହୋତା, ପ୍ରେମାନନ୍ଦ ମେହେର,ବିଜୟ କୁମାର ଯୋଷୀ, ମୁରଳୀଧର ସା, ଚିନ୍ତାମଣି ସାହୁ, ଧବଳେଶ୍ବର ମେହେର, ନବୀନ ଚନ୍ଦ୍ର ମେହେର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ସମିତିର ସଭାପତି ବୈଷ୍ଣବ ମେହେରଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ଯକ୍ରମରେ କନକ ବର୍ଦ୍ଧନ ସାହୁ, ତ୍ରିନାଥ ମେହେର, ଲଳିତ କୁମାର ସୁନାରୀ, ବାମଦେବ ଦାଶ, ନୀଳାଞ୍ଚାଲ ମେହେର, ସାନୁର୍ଯ୍ଯ ମେହେର, ଭୋଗିନାଥ ରଣା, ସମୀର ପାତ୍ର, ପ୍ରଭାତ କୁମାର ମେହେର, ବେଣୁଧର ମେହେର, ଭୀଷ୍ମରାଜ ମେହେର, ଚୂଡ଼ାମଣି ମେହେର, ଅତୁଳ କୁମାର ପାତ୍ର, ହରେକୃଷ୍ଣ ମେହେର, ପରେଶନାଥ ପାଣିଗ୍ରାହୀ, ଆଶିଷ ସା, କେଦାର କାଣ୍ତ, ବ୍ୟୋମକେଶ ବାଗ ପ୍ରମୁଖ ସାହିତ୍ଯପ୍ରେମୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଗୌତମ ମେହେର ସ୍ବାଗତ କରିଥିବା ବେଳେ ଶେଷରେ ପ୍ରେମାନନ୍ଦ ମେହେର ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ l ସୂଚନାଯୋଗ୍ଯ ଯେ ଗଙ୍ଗାଧର ସାରସ୍ବତ ସମିତି ତରଫରୁ ପ୍ରତି ମାସରେ ସାରସ୍ବତ କାର୍ଯ୍ଯକ୍ରମ ଆୟୋଜନ କରି ସାହିତ୍ଯର ବିକାଶ ଦିଗରେ ଉଦ୍ଯମ କରାଯାଇଆସୁଛି ।