48


ନୂଆପଡ଼ା – ୧୧/୨- (ମାରାଗୁଡ଼ା ଏକ୍ସପ୍ରେସ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଆନୁକୂଲ୍ୟରେ ଜିଲ୍ଲା ଓକିଲ ସଂଘ ସଭାଗୃହ ରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ତଥା ବନ୍ଧିତ ଶ୍ରମିକ ନିରାକରଣ ସମ୍ବନ୍ଧରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ଜିଲ୍ଲାପାଳ ମଧୁସୂଦନ ଦାଶ, ପ୍ରାଧିକରଣର ସଚିବ ନବନୀତା ଦାଶ, ବରିଷ୍ଠ ଦେୱାନୀ ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ବରିଷ୍ଠ ଦେୱାନୀ ଜଜ୍ (ମହିଳା କୋର୍ଟ) ସରୋଜିନୀ ସାହୁ, ନିବନ୍ଧକ ସୌଭାଗ୍ୟ ରଞ୍ଜନ ପ୍ରଧାନ, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସ୍ନାତକୀ ଦାଶ, କନିଷ୍ଠ ଦେୱାନୀ ଜଜ୍ କାହ୍ନୁ କିଶ୍କୁ, ଉପ ଆରକ୍ଷୀ ଅଧିକାରୀ ମର୍ଶିରାଣୀ ପୂର୍ତ୍ତୀ, ଆନ୍ତର୍ଜାତୀୟ ଜଷ୍ଟିସ୍ ମିଶନର ଅଧିକାରୀ ନାଥାନିଲ୍ ନାଗ, ଜିଲ୍ଲା ସୂଚନା ଅଧିକାରୀ ବିଦ୍ୟାପତି ପଣ୍ଡା, ସହକାରୀ ଶ୍ରମ ଅଧିକାରୀ ମୂରଲୀଧର ପାକଳ, ସରକାରୀ ଓକିଲ ତଥା ପ୍ରାଧକରଣର ସଦସ୍ୟ ତ୍ରିଲୋକଚନ୍ଦ ସୋନୀ, ଜିଲ୍ଲା ଦେୱାନୀ ଓକିଲ ସଂଘ ସଭାପତି ବିଶ୍ଵମଣୀ ପାଣିଗ୍ରାହୀ, ଉପସଭାପତି ପ୍ରବୀଣ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଚିବ ପ୍ୟାରିଲାଲ ଦେୱାଙ୍ଗନ୍, ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଉପମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ସହକାରୀ ଆଇନ ସେବା ପ୍ରତିପକ୍ଷ ଓକିଲ କାର୍ତ୍ତିକ ରାମ ବାଗ, ଓ ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।