ଚିକିତ୍ସାଧୀନ ଅବ୍ମସ୍ଥାରେ ମହିଳାଙ୍କ ପରଲୋକ
ନୂଆପଡା -୧୪/୭ (ସୁରେନ୍ଦ୍ର ତିୱାରୀ) ଗତ ରବିବାର ରାତ୍ରରେ ୩ଟାରେ ହୀରାନ୍ଦ୍ରି ଦଣ୍ଡସେନା (କୁନି)ଙ୍କର ରାୟପୁର ର ଏକ ଘରୋଇ ହସ୍ପିଟାଲ ରେ ନିଧନ ହୋଇଯାଇଛି l ସେ ନୂଆପଡା ତେଲିପଡ଼ାର ରୋହିତ ଡନସେନା ଙ୍କର ଧର୍ମ ପତ୍ନୀ ଓ ବୋଡେ଼ନ ନିବାସୀ ସୁଗ୍ରୀବ ପ୍ରସାଦ ଦଣ୍ଡସେନା ଙ୍କର ସାନ ଝିଅ ତଥା ସମାଜ ସେବି ରୋହିତ ଦଣ୍ଡସେନା ଙ୍କର ଭଉଣୀ l ପ୍ରାୟ ମାସେ ହେବସେ ଅଳିଆ ନିଆଁ ରେ ପୋଡୁଥିବା ବେଳେ କଣ ଏକ ବିସ୍ଫୋରକ ଜିନିଷ ବ୍ଲାଷ୍ଟ ହୋଇ ସାମଗ୍ର ଦେହ ଜଳିଜାଇ ଥିଲା l ତାଙ୍କୁ ପ୍ରଥମେ ନୂଆପଡା ଓ ପରେ ଉତ୍ତମ ଚିକିତ୍ସା ନିମନ୍ତେ ରାୟପୁର ର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ସେ ଚିକିତ୍ସିତ ଅବସ୍ଥାରେ ୫୪ବର୍ଷ ରେ ଇହଧାମ ତ୍ୟାଗ କରିଛନ୍ତି l ତାଙ୍କ ମରଶରୀର କୁ ମାନଡ଼ୋଶୀଳ ଠାରେ ଅନ୍ତିମ ସଂସ୍କାର କରାଗଲା l ତାଙ୍କର ଦୁଇପୁତ୍ର ବିନୟ ଓ ପବିତ୍ର ମୁଖାଗ୍ନି ଦେଇଥିବାବେଳେ ସାଙ୍ଗରେ ଭାଇ ରୋହିତ, ଗୁଣଧର, ମାଆ ଶାନ୍ତିଲତା, ଜ୍ୱାଇଁ ନରେଶ, ଝିଅ ଲିଳିମା, ସ୍ୱାମୀ ରୋହିତ, ଦିଅର ନବୀନ, ଯୋଗୀନ ତଥା ପରିବାର ବର୍ଗ ଓ ପରିଜନ ଶୋକାକୁଳ ପରିବେଶ ରେସନ୍ଧ୍ୟାରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି l ସେ ଜଣେ ମେଳାପୀ, ମିଷ୍ଟଭାସିନୀ, ପରୋପକାରୀ ଓ ସରଳ ପ୍ରକୃତିର ମହିଳା ହୋଇଥିବାରୁ ତାଙ୍କର ମୃତ୍ୟୁ ଖବର ଶୁଣି ଜଣାଶୁଣା ଲୋକ ତଥା ବନ୍ଧୁ ବାନ୍ଧବରେ ଶୋକର ଛାୟା ଖେଳିଯାଇଛି l ସେ ସାମ୍ବାଦିକ ଜଗତ ରାମ ଦଣ୍ଡସେନା ଙ୍କର ମଧ୍ୟ ପିଉଷୀ ଝିଅ ଭଉଣୀ ଅଟନ୍ତି l
ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ପରଲୋକ
607