Home ରାଜ୍ୟନୂଆପଡାରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ l

ନୂଆପଡାରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ l

by Maraguda Express
0 comments

ନୂଆପଡ଼ା- ୨୬/୦୧- ନୂଆପଡ଼ା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ନିର୍ବାଚନ ବିଭାଗ ଆନୁକୁଲ୍ୟରେ ୧୬ତମ ଜାତୀୟ ମତଦାତା ଦିବସ ଗତ କାଲି ପାଳିତ ହୋଇଯାଇଛି। ଏ ବର୍ଷ ଏହି ଦିବସର ବିଷୟବସ୍ତୁ ଥିଲା ‘ମତଦାନ ଅଟେ ଅତୁଳନୀୟ, ନିର୍ବାଚନ ବେଳେ ଆମେ ମତଦାନ ଦେବା ନିଶ୍ଚୟ। ଏହି ଅବସରରେ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ତତ୍ତ୍ଵାବଧାନରେ ଏକ ଜନସଚେତନତା ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ ଡି ଆଇ ଇ ଟି ର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଏକତା ଛକ ପହଞ୍ଚି ଥିଲା ଓ ଶେଷରେ ସଦଭାବନା ସଭା ଗୃହ ଆସିଥିଲା।ଏଠାରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ସଭାପତିତ୍ବରେ ଏକ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଚିଫ୍ ଯୁଡ଼ିସିଆଲ ମାଜିଷ୍ଟ୍ରେଟ, ନୂଆପଡା, ପ୍ରଜ୍ଞା ପାରମିତା ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସିଭିଲ ଜଜ୍ ତଥା ଜିଲ୍ଲା ନ୍ୟାୟ ପ୍ରାଧିକରଣ ସଚିବ ସରୋଜିନୀ ସାହୁ, ତହସିଲଦାର ପ୍ରଣବ ରଞ୍ଜନ ସାହୁ , ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଅତିଥି ମାନଙ୍କୁ ସ୍ଵାଗତ କରି ଜାତୀୟ ମତଦାତା ଦିବସର ଗୁରୁତ୍ୱ ଉପରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ସମସ୍ତଙ୍କୁ ମତଦାତାଙ୍କ ସଂକଳ୍ପ ପାଠ କରାଇଥିଲେ। ଅତିଥିମାନେ ମତଦାନକୁ ନାଗରିକଙ୍କ ଏକ ମହତ୍ତ୍ଵପୂର୍ଣ୍ଣ ଦାୟିତ୍ଵ ବୋଲି କହିଥିଲେ। ମତଦାତାଙ୍କୁ ନିଜ ମତକୁ ସଠିକ୍ ଭାବେ ଉପଯୋଗ କରି ଦେଶ ନିର୍ମାଣରେ ନିଜ ଯୋଗଦାନ ଦେବାପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ, ଅତିଥି ମାନେ ୬ ଜଣ ନୂତନ ମତଦାତାଙ୍କୁ ଭୋଟର ପରିଚୟ ପତ୍ର ଦେବା ସହିତ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ନୂଆପଡ଼ା ନିର୍ବାଚନ ମଣ୍ଡଳୀର ଶିକ୍ଷକ ମେଘନାଥ କେଉଟ, ଶୈବ ହଂସ ଙ୍କୁ ଶ୍ରେଷ୍ଠ ବି ଏଲ ଓ ଭାବେ ଓ ଅମିୟ ଜ୍ୟୋତି ପାଢ଼ିଙ୍କୁ ଶ୍ରେଷ୍ଠ ବି ଏଲ ଓ ସୁପର୍ ଭାଇଜର ଏଵଂ ନୂଆପଡା ତହସିଲଦାର ପ୍ରଣବ ରଞ୍ଜନ ସାହୁଙ୍କୁ ଶ୍ରେଷ୍ଠ ଏ ଇ ଆର୍ ଓ ଭାବେ ସମ୍ୱର୍ଦ୍ଧିତ କରାଯାଇଥିଲା। ସେହିପରି ଖଡିଆଳ ନିର୍ବାଚନ ମଣ୍ଡଳୀର ଶିକ୍ଷକ ରଘୁନାଥ ମହାପାତ୍ର, ଧର୍ମେନ୍ଦ୍ର ନାୟକ, ବେଣୁଧର ନାୟକଙ୍କୁ ଶ୍ରେଷ୍ଠ ବି ଏଲ ଓ ଏବଂ ରମେଶ ମେହେର ଙ୍କୁ ଶ୍ରେଷ୍ଠ ବି ଏଲ ଓ ସୁପର୍ ଭାଇଜର ଭାବେ ସମ୍ୱର୍ଦ୍ଧିତ କରାଯାଇ ଥିଲା।ନିଜ ଉଦବୋଧନରେ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ମତଦାତା ମାନଙ୍କୁ ଉପଯୁକ୍ତ ପ୍ରତିନିଧିଙ୍କୁ ଭୋଟ ଦେବାପାଇଁ ଆହ୍ଵାନ ଦେଇଥିଲେ। ଆଜିର ସମାରୋହରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭାଗୀୟ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha