97
ନୂଆପଡ଼ା -୩୦/୦୧ ( ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କ କାର୍ଯ୍ୟନିଷ୍ପାଦନ, ପୋଷଣ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଗର୍ଭବତୀ ଓ ନବ ମାତାଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ସହ “ଶାଶୁ–ବୋହୁ ମେଳି” ଓ “ସ୍ୱାମୀ–ସ୍ତ୍ରୀ ମେଳି” ପରି ସମୁଦାୟ ଭିତ୍ତିକ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା।ବୈଠକରେ ଜିଲ୍ଲାପାଳ କହିଲେ ଯେ , ପାରିବାରିକ ସମ୍ପର୍କ ସୁଦୃଢ଼ କରିବାରେ “ଶାଶୁ–ବୋହୁ ମେଳି” ଏକ ଫଳପ୍ରଦ ପଦକ୍ଷେପ। ଏହାର ଅନ୍ତର୍ଗତ ଶ୍ରେଷ୍ଠ “ଶାଶୁ–ବୋହୁ ଯୋଡ଼ି”ଙ୍କୁ ପୁରସ୍କୃତ କରାଯିବା ସହ “ସ୍ୱାମୀ–ସ୍ତ୍ରୀ ମେଳି” ଆୟୋଜନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।

