ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବେ ପତିତପାବନ ସମ୍ମାନୀତ ନୂଆପଡ଼ା -୨୧/୬(ଏମ.ଇ) ନୂଆପଡ଼ା ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନୂଆପଡ଼ା ତରଫରୁ ସମଗ୍ର ନୂଆପଡ଼ା ଜିଲ୍ଲାରେ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବରେ ଜିଲ୍ଲା ସ୍ଥରୀୟ ବିକାଶ ମେଳା, ମିନି ଷ୍ଟାଡିୟମ୍ ନୂଆପଡ଼ା ଠାରେ ରେ ସମ୍ମାନିତ ହୋଇଥିଲେ ପତିତ ପାବନ ସାହୁ। ଶ୍ରୀ ସାହୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମୁଣ୍ଡାପାଲା ର ପ୍ରଧାନ ଶିକ୍ଷକ ଅଟନ୍ତି । ଶ୍ରୀ ସାହୁ କୋମନା ବ୍ଲକର ଛୋଟିଆ ଗ୍ରାମ ମୁଣ୍ଡାପଲା ଠାରେ ୨୦୧୪ ମସିହାରୁ ପ୍ରଧାନ ଶିକ୍ଷକ ଭାବରେ ଅବସ୍ଥାପିତ ଅଛନ୍ତି। ବିଭିନ୍ନ ପ୍ରକାରର ଉଚ୍ଚ ସ୍ତରୀୟ କାମ ତଥା ଛାତ୍ର ଛାତ୍ରୀଙ୍କୁ ଉଚିତ୍ ମାର୍ଗରେ ଆଗେଇ ନେଉଥିବା ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ସମ୍ମାନିତ ହେବାପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏକ ପ୍ରଶ୍ନ ର ଉତ୍ତର ରେ ଶ୍ରୀ ସାହୁ କହିଲେ ଯେ,ଏ ସମ୍ମାନ ପାଇ ମୁଣ୍ଡାପଲା ଅଞ୍ଚଳ ବାସି ତଥା ମୁଣ୍ଡାପଲା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସହଯୋଗ ପାଇଁ ସମ୍ଭବ ହୋଇଛି ଓ ପରବର୍ତ୍ତୀ ସମୟରେ ବିଦ୍ୟାଳୟର ତଥା ଛାତ୍ର ଛାତ୍ରୀଙ୍କ ଉନ୍ନତି ପାଇଁ ସବୁବେଳେ ଅହରହ ଚେଷ୍ଟିତ ରହିବୁ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଭାବେ ପତିତପାବନ ସମ୍ମାନୀତ
208