ନୂଆପଡ଼ା-୨୦/୬ (ଏମ.ଇ)
ଅନ୍ତର୍ଜାତୀୟ ଯୋଗଦିବସ ଉପଲକ୍ଷେ ନୂଆପଡ଼ା ମିନିଷ୍ଟାଡିୟମ ଠାରେ ଏକ ଭବ୍ୟ ସମାରୋହରେ ସାମୂହିକ ଯୋଗ ଓ ପ୍ରାଣାୟମ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ମଧୁସୂଦନ ଦାଶ ଜଣାଇଛନ୍ତି । ସମଗ୍ର ଜିଲ୍ଲାରେ ଏହି ଦିବସକୁ ସମ୍ପୂର୍ଣ୍ଣ ଉତ୍ସାହ ସହିତ ପାଳନ କରିବା ପାଇଁ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଡିଓ, ତହସିଲଦାର ଏବଂ ଜିଲ୍ଳା ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି lଏଥିରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷ ,ଲୋକ ପ୍ରତିନିଧି , ବିଭିନ୍ନ ବର୍ଗର ପ୍ରତିନିଧି , ସରକାରୀ ଅଧିକାରୀ ,କର୍ମଚାରୀ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ , ସ୍ବୟଂସହାୟକ ଦଳ କର୍ମକର୍ତ୍ତା , ଜନସାଧାରଣ ଅଂଶ ଗ୍ରହଣ କରିବେ । ପ୍ରାତଃ ଘ;୬.୦୦ ରୁ ଘ:୭.୦୦ ପର୍ଯନ୍ତ ନାମ ପଞ୍ଜିକରଣ ହେବ । ଏହାପରେ ପ୍ରାର୍ଥନା , ଯୋଗ , ଧ୍ୟାନ , ପ୍ରାଣାୟାମ, ଶାନ୍ତି ମନ୍ତ୍ର ପାଠ ଭଳି କାର୍ଯକ୍ରମ ଅଛି । ଯୋଗ ଗୁରୁମାନଙ୍କୁ ମଧ୍ଯ ସମ୍ମାନିତ କରାଯିବ lବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିବେ । ଜିଲ୍ଲାର ସମସ୍ତ ପଞ୍ଚାୟତ ଏବଂ ବ୍ଲକ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ ହେବ । ଏଥିରେ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି l 