Home ରାଜ୍ୟଅନ୍ତର୍ଜାତୀୟ ଯୋଗଦିବସ: ଯୋଗ ହିଁ ମଣିଷକୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖି ପାରିବ – ଜିଲ୍ଲାପାଳ

ଅନ୍ତର୍ଜାତୀୟ ଯୋଗଦିବସ: ଯୋଗ ହିଁ ମଣିଷକୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖି ପାରିବ – ଜିଲ୍ଲାପାଳ

by Maraguda Express
0 comments

ଅନ୍ତର୍ଜାତୀୟ ଯୋଗଦିବସ: ଯୋଗ ହିଁ ମଣିଷକୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖି ପାରିବ – ଜିଲ୍ଲାପାଳ 
ନୂଆପଡ଼ା -୨୧/୬(ଏମ.ଇ ) ଆଜି ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗଦିବସ ନୂଆପଡ଼ା ମିନିଷ୍ଟାଡିୟମ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏକ ବିଶାଳ ସମାବେଶରେ ଏଠାରେ ସାମୂହିକ ଯୋଗ, ପ୍ରାଣାୟମ,ପ୍ରାର୍ଥନା ଓ ଶାନ୍ତି ପାଠ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଜି ଆର୍ ରେଡ୍ଡୀ ରାଘବେନ୍ଦ୍ର, ସି ଆର ପି ଏଫ୍ କମାଣ୍ଡାଣ୍ଟ ଏରିକ୍ ଗିଲବର୍ଟ ଯୋଶ ଏବଂ ଯୋଗ ଗୁରୁ ସୁଦର୍ଶନ ଅତିଥି ଭାବରେ ଯୋଗଦେଇଥିଲେl ଅତିଥି ମାନେ ଦିବସ ର ତାତ୍ପର୍ଯ୍ୟ ସହିତ ଯୋଗ କିଭଳି ମାନବ ସମାଜକୁ ସୁସ୍ଥ ସବଳ ଓ ନିରୋଗ ରଖିଛି, ତା ଉପରେ ଅଭିବ୍ୟକ୍ତି ରଖିଥିଲେ l ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷ ,ଲୋକ ପ୍ରତିନିଧି , ବିଭିନ୍ନ ବର୍ଗର ପ୍ରତିନିଧି , ସରକାରୀ ଅଧିକାରୀ ,କର୍ମଚାରୀ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ , ସ୍ବୟଂସହାୟକ ଦଳ କର୍ମକର୍ତ୍ତା , ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଗଣ ମାଧ୍ୟମର ପ୍ରତିନିଧି, ଜନସାଧାରଣ ଅଂଶ ଗ୍ରହଣ କରି ଥିଲେ । ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ କେବଳ ଯୋଗ ହିଁ ମଣିଷକୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖି ପାରିବ l ଯୋଗ ସାଧନା ବ୍ୟକ୍ତିକୁ ଶାନ୍ତ ସରଳ ନିଷ୍କପଟ ତଥା ସ୍ଥିତପ୍ରଜ୍ଞ କରିପାରେ l ଏହା ବାହ୍ୟ ସଂରଚନା ସହିତ ଆମର ଅନ୍ତଃକରଣକୁ ମଧ୍ୟ ଶୁଦ୍ଧ କରିଦିଏ l ଆବାଳ ବୃଦ୍ଧ ବନିତା ସମସ୍ତେ ଯୋଗାଭ୍ୟାସ କରନ୍ତୁ, ସୁସ୍ଥ ରୁହନ୍ତୁ l ଏହି ଅବସରରେ ହରିପୁର ଗୁରୁକୁଳ ଯୋଗଗୁରୁ ସୁଦର୍ଶନ ଜି ସମସ୍ତଙ୍କୁ ଯୋଗ ଓ ପ୍ରାଣାୟାମ ଅଭ୍ୟାସ କରାଇଥିଲେ l ପ୍ରଧାନମନ୍ତ୍ରୀଙ୍କ ଯୋଗ ଦିବସ ପାଳନର ବିଶାଖାପାଟଣା ରୁ ସିଧାପ୍ରସାରଣ ବଡ଼ ପରଦାରେ ପ୍ରଦର୍ଶିତ ହୋଇଥିଲା l ଦିବସ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଏବଂ ଯୋଗଗୁରୁ ଙ୍କୁ ମଞ୍ଚରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ lଷ୍ଟାଡିୟମ ରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲାl ଜିଲ୍ଲାର ସମସ୍ତ ପଂଚାୟତ, ବ୍ଲକ ଏବଂ ସହରାଞ୍ଚଳରେ ରେ ମଧ୍ୟ ଅନ୍ତର୍ଜାତୀୟ ଯୋଗଦିବସ ସମ୍ପୂର୍ଣ୍ଣ ଉତ୍ସାହ ସହିତ ପାଳିତ ହୋଇ ଯାଇଛି l ଶିବିର କୁ ଜିଲ୍ଳା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ପରିଚାଳନା କରିଥିଲେ l ଶିବିର ଆୟୋଜନରେ ପତଞ୍ଜଳୀ ଯୋଗ ସମିତି, ବରିଷ୍ଠ ନାଗରିକ ସଂଗଠନ, ଅଖିଳ ବିଶ୍ଵ ଗାୟତ୍ରୀ ପରିବାର, କେନ୍ଦ୍ରୀୟ ସୁରକ୍ଷା ବାହିନୀ, ହରିପୁର ଗୁରୁକୁଳ, ରକ୍ତଦାତା ସଂଗଠନ, ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହଯୋଗ କରିଥିଲେ                                                     

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha