Home ରାଜ୍ୟରବି ରୁତୁ ଧାନ ସଂଗ୍ରହ ସମିକ୍ଷା ବୈଠକ l ସମୟ ସୀମା ମଧ୍ୟରେ ଜିଲ୍ଲାର ସମସ୍ତ ଧାନ କ୍ରୟ ହେବ – ଜିଲ୍ଲାପାଳ

ରବି ରୁତୁ ଧାନ ସଂଗ୍ରହ ସମିକ୍ଷା ବୈଠକ l ସମୟ ସୀମା ମଧ୍ୟରେ ଜିଲ୍ଲାର ସମସ୍ତ ଧାନ କ୍ରୟ ହେବ – ଜିଲ୍ଲାପାଳ

by Maraguda Express
0 comments

ରବି ରୁତୁ ଧାନ ସଂଗ୍ରହ ସମିକ୍ଷା ବୈଠକ l ସମୟ ସୀମା ମଧ୍ୟରେ ଜିଲ୍ଲାର ସମସ୍ତ ଧାନ କ୍ରୟ ହେବ – ଜିଲ୍ଲାପାଳ 
ନୂଆପଡ଼ା -୨୨/୬ (ଏମ. ଇ)
ନୂଆପଡ଼ା ଜିଲ୍ଲାରେ ରବି ରୁତୁ ପାଇଁ ଧାନ ସଂଗ୍ରହ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ ଏବଂ ଯୋଗାଣ ବିଭାଗ ଅଧିକାରୀ ମାନେ ଯୋଗଦାନ କରିଥିଲେ l ଶ୍ରୀ ରାଉତରାୟ ସୂଚନା ଦେଇଥିଲେ ଯେ ଜିଲ୍ଲାରେ ରବି ରୁତୁରେ ୬,୮୧,୬୬୦ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇ ଥିବାବେଳେ ଏଯାଏଁ
୬,୩୦,୨୫୪ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି l ୪୧ ଟି ପ୍ରାଥମିକ କୃଷି ସମବାୟ ସମିତି ଓ ୫ ଟି ମହିଳା ସ୍ଵୟଂ ସହାୟକ ଦଳ ମାଧ୍ୟମରେ ୨୪ ଟି ରାଇସ୍ ମିଲ୍ ଦ୍ୱାରା ଏହି ଧାନ କିଣା ଯାଉଛି। କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୨୩୦୦ ଟଙ୍କା ଥିବାବେଳେ ୮୦୦ ଟଙ୍କା ରାଜ୍ଯ ସରକାରଙ୍କ ଦ୍ଵାରା ବୋନସ ପ୍ରଦାନ କରାଯାଉଛି l ବର୍ତ୍ତମାନ ସୁଦ୍ଧା ୧୦,୮୮୪ ଜଣ ଚାଷୀ ଧାନ ବିକ୍ରି କରି ସାରିଥିବା ବେଳେ ୯୯୭୦ ଜଣ ଚାଷୀଙ୍କ ବ୍ଯାଙ୍କ ଆକାଉଣ୍ଟ୍ ରେ ୧୩୨ କୋଟି ୪୭ ଲକ୍ଷ ୩୧ ହଜାର ଟଙ୍କା ଜମା ହୋଇଛି l କିଭଳି ଭାବରେ ସୁରୁଖୁରୁରେ ଜିଲ୍ଳାରେ ରବି ଧାନ ସଂଗ୍ରହ ଶେଷ ହେବ ତା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ l ସମୟ ସୀମା ମଧ୍ୟରେ ଜିଲ୍ଲାର ସମସ୍ତ ଧାନ କ୍ରୟପାଇଁ ସେ ସମସ୍ତ ଚାଷୀ, ମିଲର ଏବଂ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରି ଥିଲେl

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha