Home ରାଜ୍ୟପରିବେଶ ସୁରକ୍ଷା ଅଭିଯାନ ଅନ୍ତର୍ଗତ ଏକକ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ନେଇ ସଫେଇ କାର୍ଯ୍ୟ ସହ ବାଲ୍ୟ ବିବାହ ମୁକ୍ତ ଭାରତ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ।

ପରିବେଶ ସୁରକ୍ଷା ଅଭିଯାନ ଅନ୍ତର୍ଗତ ଏକକ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ନେଇ ସଫେଇ କାର୍ଯ୍ୟ ସହ ବାଲ୍ୟ ବିବାହ ମୁକ୍ତ ଭାରତ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ।

by Maraguda Express
0 comments

ନୂଆପଡ଼ା -୧୮/୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବନ ବିଭାଗ ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ଆଇନ ସଚେତନତା ପାଇଁ ଓ ଏକକ-ବ୍ୟବହାର ପ୍ଲାଷ୍ଟିକମୁକ୍ତ ଜିଲ୍ଲାଗଠନ ନେଇ ସଫେଇ କାର୍ଯ୍ୟ ସହ ବାଲ୍ୟବିବାହମୁକ୍ତ ଭାରତ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ନୂଆପଡ଼ା ସ୍ଥିତ ସାଇପଲା ଡ୍ୟାମ ପର୍ଯ୍ୟଟନ ସ୍ଥଳିରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ରଗଣ, ବନ ବିଭାଗ ଏବଂ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇଥିଲେ। ପର୍ଯ୍ୟଟନ ସ୍ଥଳୀ ରେ ପଡ଼ିଥିବା ଅଳିଆ ଆବର୍ଜନା କୁ ଏକାଠି କରି ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ରେ ସହାୟକ ହେବା ସହିତ ଭାରତକୁ ବାଲ୍ୟବିବାହମୁକ୍ତ କରିବାକୁ ପ୍ରାଧିକରଣ ସଚିବ ନବନୀତା ଦାଶ ଆହ୍ବାନ ଦେଇଥିଲେ। ସଭାରେ ଡ଼ି.ଏଫ୍.ଓ ଖଡିଆଳ ଅଜିଜ୍ ଖାନ, ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହକାରୀ ପରିବେଶ ବୈଜ୍ଞାନିକ ସ୍ବାଗତ ଆନନ୍ଦ ପଟେଲ, ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସାହୁ, ସାଇପଲା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରିୟଂକା ସାହୁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପବନ କୁମାର ପଟେଲ, ଲଖନା ବନପାଳ ଜୟଲାଲ ଶୁକ୍ଳା, ଧରମବନ୍ଧା ଅଞ୍ଜନ କୁମାର ସାହୁ ଓ ପ୍ରାଧିକରଣର ଅଧିକାରମିତ୍ରଗଣ ରେବତୀ ମାଝୀ, ନଳିନୀ ଦେବତା, ତୋଫାନ ବାଗ, ଚିତ୍ତେଶ୍ୱରୀ ଜଗତ, ସୁବଳ ରଣା, ଲୁକେଶ ଜଗତ, କବିତା ଭୋଇ, ସାବିତ୍ରୀ ଶବର ପ୍ରମୁଖ ଯୋଗ ଦେଇଥିଲେ । ପ୍ରାୟ ୩୨୦ କିଲୋ ପ୍ଲାଷ୍ଟିକ୍ ଆବର୍ଜନା ଉକ୍ତ ପର୍ଯ୍ୟଟନସ୍ଥଳୀରୁ ଉଠା ହୋଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha