Home ରାଜ୍ୟଓଡିଶା ସାହିତ୍ୟ ଏକାଡ଼େମୀ ସ୍ଵନକ୍ଷତ୍ର ଦିବସ ପାଳନ : ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ଓଡିଶା ସାହିତ୍ୟ ଏକାଡ଼େମୀ ସ୍ଵନକ୍ଷତ୍ର ଦିବସ ପାଳନ : ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ଓଡିଶା ସାହିତ୍ୟ ଏକାଡ଼େମୀ ସ୍ଵନକ୍ଷତ୍ର ଦିବସ ପାଳନ : ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

by Maraguda Express
0 comments

ଓଡିଶା ସାହିତ୍ୟ ଏକାଡ଼େମୀ ସ୍ଵନକ୍ଷତ୍ର ଦିବସ ପାଳନ : ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ l
ନୂଆପଡ଼ା -୬/୭(ସୁରେନ୍ଦ୍ର ତିୱାରୀ) ଓଡିଶା ସାହିତ୍ୟ ଏକାଡ଼େମୀର ସ୍ଵନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ନୂଆପଡ଼ା ରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ ପି.ଏମ୍. ଶ୍ରୀ. ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, ନୂଆପଡ଼ା ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୂଆପଡ଼ାର ମିଳିତ ଆନୁକୁଲ୍ୟରେ ଆୟୋଜିତ ପ୍ରତିଯୋଗିତା ଗୁଡିକରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଓଡିଆ ବକୃତାର ବରିଷ୍ଠ ବର୍ଗରେ ସ୍ଥାନୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ବିଶ୍ଵଜିତ ପଣ୍ଡା ଓ କନିଷ୍ଠ ବର୍ଗରେ ସପ୍ତମ ଶ୍ରେଣୀ ଛାତ୍ରୀ ସରସ୍ଵତୀ କେଉଁଟ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । କବିତା ଆବୃତ୍ତିର ବରିଷ୍ଠ ବର୍ଗରେ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଗୁରପାଣିର ଦଶମ ଶ୍ରେଣୀ ଛାତ୍ରୀ ଡୋମେଶ୍ଵରୀ ସାହୁ ଓ କନିଷ୍ଠ ବର୍ଗରେ ସ୍ଥାନୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ନିଶି ମାଝୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସାଧାରଣ ଜ୍ଞାନ ବରିଷ୍ଠ ବର୍ଗରେ ସରକାରୀ ଉଚ୍ଚ ବିଦ୍ୟାଳୟ, ମାଗୁରପାଣିର ପ୍ରିୟଙ୍କା ରଥ ଓ କନିଷ୍ଠ ବର୍ଗରେ ସ୍ଥାନୀୟ ବିଦ୍ୟାଳୟର ଲଲିତା ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଠିକ ସେହିପରି ପ୍ରବନ୍ଧ ଲିଖନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ଼ର ଚଞ୍ଚଳ ସହିସ୍ ବରିଷ୍ଠ ବର୍ଗରେ ଓ ଅଂଶିକା ନନ୍ଦ କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଅର୍ଜନ କରିଛନ୍ତି । ପ୍ରକାଶଥାଉକି ଯେ ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ବର୍ଗର କୃତୀ ପ୍ରତିଯୋଗୀମାନେ ୧୩ ଜୁଲାଇ ୨୦୨୫ ଦିନ ଏବଂ ବରିଷ୍ଠ ବର୍ଗର କୃତୀ ପ୍ରତିଯୋଗୀମାନେ ୨୦ ଜୁଲାଇ ୨୦୨୫ ଦିନ ଉତ୍କଳ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ଵର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତରେ ନୂଆପଡ଼ା ଜିଲ୍ଲାର ପ୍ରତିନିଧିତ୍ଵ କରିବେ । ପରିଶେଷରେ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ,ନୂଆପଡ଼ା କରୁଣାକର ଭୂଏ, ଜିଲ୍ଲା ବିଜ୍ଞାନ ନିରିକ୍ଷକ ଗିରିଧାରୀ ସା, ଚୁଲାଭାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୋଧ ହୋତା, ଦର୍ଲିମୁଣ୍ଡା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରାଧେଶ୍ୟାମ ଶାହା ଓ କେନ୍ଦୁବାହାରା ଉଚ୍ଚ ବିଦ୍ୟାଳୟର ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଫାଲଗୁନୀ ସାହୁ,ପ୍ରଦୀପ କୁମାର ଭୋଇ, ଗୋପାଳ ଭାବତୋଷ ଦାଶ, ଚନ୍ଦ୍ର କୁମାର ସାହୁ, ଦିନେଶ ପଟେଲ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ରାକେଶ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha