ସିନାପାଲିରେ ଶ୍ରୀଜିଉଙ୍କ ସୁନାବେଶ‐
ଅଧରପଣା ପରେ ନୀଳାଦ୍ରି ବିଜେ ନୀତି ସଂପନ୍ନ l

ନୂଆପଡ଼ା – ୬/୭(ସୁରେନ୍ଦ୍ର ତିୱାରୀ) ଗତକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପରେ ଆଜି ରବିବାର ପୂର୍ବାହ୍ନରେ ସିନାପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିରଳ ସୁନାବେଶ ଅନୁଷ୍ଠିତ ହୋଇଛି l ପରମ୍ପରା ଅନୁଯାୟୀ ମନ୍ଦିର ସେବାୟତଙ୍କ ଦ୍ୱାରା ବଳଭଦ୍ର, ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କୁ ସୁନା ଏବଂ ରୂପା ତିଆରି କିରୀଟି, ଓଢ଼ିଆଣୀ, ଶ୍ରୀଭୁଜ, ଶ୍ରୀପୟର,ମାଳି, କମରପଟି,ଚକ୍ର,କୁଣ୍ତଳ ଆଦି ଅଲଙ୍କାରରେ ସୁସଜ୍ଜିତ କରାଯାଇଥିଲା l ଏହା ପରେ ଅପରାହ୍ନରେ ତିନି ରଥ ଉପରେ ଅଧରପଣା ନୀତି କରାଯାଇ ସଂଧ୍ଯାରେ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସହ ଏବର୍ଷର ନବଦିନାତ୍ମକ ଯାତ୍ରା ସଂପନ୍ନ କରାଯାଇଥିଲା l ସୂଚନାଯୋଗ୍ଯ ଯେ, ୨୦୧୩ ରେ ସିନାପାଲିରେ ଭବ୍ଯ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ ପୁରୀ ଗଜପତି ମହାରାଜଙ୍କ ପରାମର୍ଶରେ ଏଠାରେ ପ୍ରତିବର୍ଷ ଶ୍ରୀଜିଉଙ୍କ ସୁନାବେଶ ସହ ପ୍ରାୟ ସମସ୍ତ ରୀତିନୀତି ଅନୁଷ୍ଠିତ ହେଉଛି l ସୁନାବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l
ସିନାପାଲିରେ ଶ୍ରୀଜିଉଙ୍କ ସୁନାବେଶ‐ ଅଧରପଣା ପରେ ନୀଳାଦ୍ରି ବିଜେ ନୀତି ସଂପନ୍ନ
ସିନାପାଲିରେ ଶ୍ରୀଜିଉଙ୍କ ସୁନାବେଶ‐ ଅଧରପଣା ପରେ ନୀଳାଦ୍ରି ବିଜେ ନୀତି ସଂପନ୍ନ
273
previous post