Home ରାଜ୍ୟନୂଆପଡ଼ାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ : ପ୍ରାଣୀ ସମ୍ପଦ ବିକାଶରେ ଜିଲ୍ଲାର ଉଲ୍ଲେଖନୀୟ ସଫଳତା।

ନୂଆପଡ଼ାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ : ପ୍ରାଣୀ ସମ୍ପଦ ବିକାଶରେ ଜିଲ୍ଲାର ଉଲ୍ଲେଖନୀୟ ସଫଳତା।

by Maraguda Express
0 comments
ନୂଆପଡ଼ା -୨୫/୪ – ଆଜି ନୂଆପଡ଼ା ଜିଲ୍ଲା ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି କୁ ଗୁରୁତ୍ୱ ଦେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଉଦବୋଧନ ପ୍ରସଙ୍ଗରେ ଜିଲ୍ଲାପାଳ ଶ୍ରୀ ଦାଶ “ପ୍ରାଣୀ ପାଇଁ ଦିନଟିଏ” ର ମହତ୍ତ୍ୱ ବୁଝାଇବା ସହ କହିଥିଲେ ଯେ, ପ୍ରାଣୀଧନ ର ବିକାଶ ହିଁ ଦେଶର ଆର୍ଥିକ ମେରୁଦଣ୍ଡକୁ ସଦୃଢ଼ କରିଥାଏ। ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ।
ଗତ ବର୍ଷ ତୁଳନାରେ ରେକର୍ଡ ସଫଳତା ପାଇଛୁ ବୋଲି
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଖେନ୍ଦୁ ରାୟ ଜିଲ୍ଲାର ପ୍ରଗତି ସମ୍ପର୍କରେ କିଛି ଚମକପ୍ରଦ ତଥ୍ୟ ଉପସ୍ଥାପନ କରିଥିଲେ । ଦୁଗ୍ଧ ଉତ୍ପାଦନ ରେ ଗତ ବର୍ଷ ତୁଳନାରେ ୧୫୦% ବୃଦ୍ଧି ସହ ୧୭.୪୮ ଟିଏମଟିରେ ପହଞ୍ଚିଛି।
ମାଂସ ଉତ୍ପାଦନ ରେ ଛେଳି ପାଳନ କ୍ଷେତ୍ରରେ ୧୩୫% ବୃଦ୍ଧି ପରିଲକ୍ଷିତ ହୋଇଛି।
କୁକୁଡ଼ା ଚାଷ ରେ ଚଳିତ ବର୍ଷ ମାଂସଳ କୁକୁଡ଼ା ସଂଖ୍ୟା ତିନିଗୁଣ ବୃଦ୍ଧି ପାଇ ୪.୫ ଲକ୍ଷରେ ପହଞ୍ଚିଛି।
ଜିଲ୍ଲାର ପ୍ରାୟ ୨୫୩ ଜଣ ଚାଷୀ ଏହି ବିଭାଗ ସହାୟତାରେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି।
ଏ ଅବସର ରେ ସଫଳ ଚାଷୀ ଓ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୫ ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା । ରତ୍ନାକର ପଟେଲ (ଖରିଆର)- ଗୋପାଳନ,ଦିଲଚନ ନାଏକ (କୋମନା) – ବତକ ପାଳନ,ଅକ୍ରୁର ହଂସ (କୋମନା) – ଛେଳି ପାଳନ,
ରଥୁରାମ ଦୀପ (ନୂଆପଡ଼ା) – ଘୁଷୁରୀ ପାଳନ,ହିମାଞ୍ଚଳ ଭୋଇ (ଖରିଆର) – ଘାସ ଚାଷ
ଏହାସହ ଶ୍ରେଷ୍ଠ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଭାବେ ଡ଼ା. ସଂଗ୍ରାମ କେଶରୀ ବେହେରା, ଶ୍ରେଷ୍ଠ ପ୍ରାଣୀ ଚିକିତ୍ସକ ଭାବେ ଡ଼ା. ସତ୍ୟବ୍ରତ ପରିଡା ଏବଂ ଶ୍ରେଷ୍ଠ ପ୍ରାଣୀଧନ ନିରୀକ୍ଷକ ଭାବେ ବିମଳ କିଶୋର କୁମ୍ଭାର ଙ୍କୁ ପୁରସ୍କୃତ କରାଯାଇଥିଲା।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ଡ଼ା. ଲବ ସୋରେନ ଏବଂ ଉପ ନିର୍ଦ୍ଦେଶକ ଡ଼ା. କେ. ପାର୍ଥ ସାରଥୀ ଦୋରା ଯୋଗଦେଇ ଚାଷୀମାନଙ୍କୁ ବୈଜ୍ଞାନିକ ପଦ୍ଧତି ଆପଣାଇବା କୁ ପରାମର୍ଶ ଦେଇଥିଲେ। ବିଶେଷ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଶ୍ରମିକମାନେ ଏହି କ୍ଷେତ୍ରରେ କିପରି ସ୍ୱାବଲମ୍ବୀ ହୋଇପାରିବେ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଡ଼ା. ସସ୍ମିତା ବିଶ୍ୱାଳ ସଂଯୋଜନା କରିଥିବା ବେଳେ ଡ଼ା. କିଶୋର କୁମାର ସାହୁ, ଡ଼ା. ସିମ୍ଫୋନି ମହାନ୍ତି ଏବଂ ଡ଼ା. ଶମ୍ଭୁ ପ୍ରସାଦ ସାହୁ ସହଯୋଗ କରିଥିଲେ। ଶେଷରେ ଡ଼ା. ସିମ୍ଫୋନି ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha