ବୋଡେ଼ନ ରେ ପୀଡିତା ସୌମ୍ୟାଶ୍ରୀ ପାଇଁ ଶାନ୍ତିପୂର୍ଣ ବନ୍ଦ ପାଳିତ
ବୋଡ଼େନ -୧୭/୭ (ଜଗତ ରାମ ଦଣ୍ଡସେନା) ଫକୀର ମୋହନ ବିଶ୍ୱବିଦ୍ୟାଳୟ ରଛାତ୍ରୀ ସୌମ୍ୟା ଶ୍ରୀ ବିଶି ଙ୍କର ବହୁଚର୍ଚ୍ଚିତ ଆତ୍ମହତ୍ୟା ପାଇଁ ସାରା ଓଡିଶା ରେ ବନ୍ଦ ପାଳନ ହେଉଥିବା ବେଳେ ଆଜି ନୂଆପଡା ଜିଲ୍ଲା ସାରା ଶାନ୍ତିପୂର୍ଣ ବନ୍ଦ ପାଳନ ହୋଇଯାଇଛି l ବନ୍ଦରେ କଂଗ୍ରେସ ନେତା ଫାରୁକ ମହମ୍ମଦ ଙ୍କର ନେତୃତ୍ୱରେ କାଂଗ୍ରେସ ନେତା ଭାଗିରଥି ଦଣ୍ଡସେନା, ଚୈତନ ଜଗତ, ଦିଲୀପ ବିଭାର, ସହାଦେବ ମାଝୀ, ବିଜୟ ଧାରୁଆ ନରହରି ବେହେରା, ପିତାମ୍ବର ବେହେରା, ପ୍ରଦ୍ୟୁମ୍ନ ଦଣ୍ଡସେନା(ପିକୁ) ସମେତ ଅନେକ ସମର୍ଥକ ଯୋଗଦେଇ ସରକାର ଙ୍କର ଅବହେଳା କୁ ଭର୍ଶନା କରି ନ୍ୟାୟପାଇଁ ଦାବିରଖିଥିଲେ, ଦୋକାନ ବଜାର ସ୍କୁଲ, କଲେଜ ସରକାରୀ ଅଫିସ ପତ୍ର, ବ୍ୟାଙ୍କ ଆଦି ସମ୍ପୂର୍ଣ ବନ୍ଦ ରହିଥିଲା l ଖଇରା ଠାରେମଧ୍ୟ ବ୍ୟାଙ୍କ, ସ୍କୁଲ, କଲେଜ ଇତ୍ୟାଦି ବନ୍ଦ ରହି ପୀଡ଼ିତାଙ୍କ ପାଇଁ ଖଇରା ହାଇସ୍କୁଲ ରେ ଛାତ୍ର ଛାତ୍ରୀ ମାନେ ଶୋକ ସଭା କରିଥିଲେ l