Home ରାଜ୍ୟଖରିଆର ରୋଡ ନଗର ରେ ବୈଧମାପ ଓଜନ ବିଭାଗ ଦ୍ୱାରା ପ୍ରବର୍ତ୍ତନ କାର୍ଯ୍ୟ ଅନୁଷ୍ଠିତ।

ଖରିଆର ରୋଡ ନଗର ରେ ବୈଧମାପ ଓଜନ ବିଭାଗ ଦ୍ୱାରା ପ୍ରବର୍ତ୍ତନ କାର୍ଯ୍ୟ ଅନୁଷ୍ଠିତ।

by Maraguda Express
0 comments

ନୂଆପଡା- ୧୩/୧୨ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୈଧ ମାପ ଓଜନ ବିଭାଗ ଦ୍ୱାରା ପ୍ରବର୍ତ୍ତନ କାର୍ଯ୍ୟ , ଏନଫୋର୍ସମେଣ୍ଟ ଅନୁଷ୍ଠିତ । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଉପ-ଜିଲ୍ଲାପାଳ ସୁର୍ମି ସୋରେନ୍, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଦିଲ୍ଲୀପ କୁମାର ପାତ୍ର, ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ନୂଆପଡା ଆଇନଗତ ମାପ ନିରୀକ୍ଷକ କ୍ଷିତିଶ ରଞ୍ଜନ ଦାଶ ଏବଂ ପୃଥୁରାଜ ହାଁସଦା , ଉପ ନିୟନ୍ତ୍ରକ ଆଇନଗତ ମାପ ବିଜ୍ଞାନଙ୍କ ଦ୍ୱାରା ଏହା ଲାଗୁ କରାଯାଇଛି। ଏଥିରେ ତେଜରାତି ଦୋକାନ, କୁକୁଡ଼ା ମାଂସ ଦୋକାନ, ହାର୍ଡୱେର୍ ଷ୍ଟୋର ଇତ୍ୟାଦି ୧୨ ଟି ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଛି। ୩ ଟି ମାମଲା ରୁଜ୍ଜୁ କରାଯାଇ ୭୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢାଉରେ ଯୋଙ୍କ ପୋଲିସ ସହଯୋଗ କରିଥିଲେ । ଆଗାମୀ ଦିନରେ ମଧ୍ୟ ଏହି ଏନଫୋର୍ସମେଣ୍ଟ ଜାରି ରହିବବୋଲି ବିଭାଗୀୟ ଅଧିକାରୀ ଜଣାଇଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha