93
ନୂଆପଡ଼ା -୨୧/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ ଆମାନାରା ସରପଞ୍ଚଙ୍କ ଶନିବାର ରାତ୍ରୀ ରେ ଆକସ୍ମିକ ମୃତ୍ୟୁଘଟିଛି। ସରପଞ୍ଚ ଗଙ୍ଗେଶ୍ଵରି ସିନ୍ନା (୪୨) ଅସୁସ୍ଥ ଅନୁଭବ କରିବାର ତାଙ୍କୁ ପ୍ରଥମେ ତାଙ୍କ ସ୍ଵାମୀ ଦିଲୀପ ସିନ୍ନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ ଓ ଘର କୁ ଫେରି ଯାଇଥିଲେ ରାତ୍ରୀ ରେ ପୁଣି ଶ୍ଵାସ ନେବା ରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ନୂଆପଡ଼ା ଆଣିବା ସମୟ ରେ ବାଟ ରେ ପ୍ରାଣବାୟୁ ଉଡ଼ିଯାଇ ଥିବା କୁହାଯାଉଛି। ତାଙ୍କ ବିୟୋଗ ରେ ନୂଆପଡ଼ା ବିଡିଓ ,ସରପଞ୍ଚ ସଂଘ କର୍ମକର୍ତ୍ତା, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଗଭିର ଦୁଃଖ ପ୍ରକାଶ କରିଛନ୍ତି। ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।