ବୋଡ଼େନ -୭/୮ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର ସୁନାପୁର ପଞ୍ଚାୟତ ଅନ୍ତର୍ଗତ ବାଗ ବାହାଲ ର ଡଙ୍ଗରୀଗୁଡା ପଡ଼ାରେ ଆଜକୁ ତିରିଶ ବର୍ଷ ହେଲା ପନ୍ଦର ଆଦିବାସୀ ପରିବାର ଜୀବନ ଯାପନ କରନ୍ତି l ହେଲେ ମୁଖ୍ୟ ରାସ୍ତାରୁ ପ୍ରାୟ ୧ କିଲୋମିଟର ହେବ ଗାଁ କୁ ରାସ୍ତା ନାହିଁ, ସଂକୀର୍ଣ୍ଣ ରାସ୍ତାରେ ବର୍ଷା ଦିନେ କାଦୁଅ ପଚ ପଚ ରାସ୍ତାରେ ସ୍କୁଲ, ଅଙ୍ଗନବାଡି, ପଞ୍ଚାୟତ କୁ ରାସନ, ରୋଗୀ ଓ ଗର୍ଭବତୀ ମହିଳା ଙ୍କୁ ଡାକ୍ତର ଖାନା ନେବାକୁ ଚାରିଚକିଆ ଯାନ ତ ଦୂରର କଥା ଦୁଇଚକିଆ ମଧ୍ୟ ଯାଇପାରୁନି l ସରକାର ଲୋକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦେଉଥିଲା ବେଳେ ଉକ୍ତ ପଡବାସୀ ସ୍ଥାନୀୟ ସରପଞ୍ଚ ଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସୁଫଳ ମିଳୁନି l ମେଟାଲ ମୋରମ ବିଛେଇ ଦେଲେ ଅନ୍ତତଃ ଯା ଆସ କରିବାରେ ସୁବିଧା ହୁଅନ୍ତା ବୋଲି ଗ୍ରାମର ହେମନ୍ତ ମାଝୀ, ରମଣ ମାଝୀ, ବରୁଣ ମାଝୀ, ଧରିତ୍ରୀ ମାଝୀ, ବିର୍ସିଙ୍ଗ ମାଝୀ, ଭୁଜ ମାଝୀ, ଅନୁପ୍ସିଙ୍ଗ ମାଝୀ, ପୃଥ୍ୱୀ ରାଜ ମାଝୀ, ଦଶମୁ ମାଝୀ ଗଣମାଧ୍ୟମ ଜରିଆରେ ବ୍ଲକ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି l ପ୍ରକାଶ ଥାଉକି ପାଞ୍ଚ ବର୍ଷ ତଳେ ମନରେଗା ରେ ମାଟି କାମ ନିମ୍ନ ମାନର ହୋଇଥିବାରୁ ରାସ୍ତା ଆଉ ଚାଲିବା ଯୋଗ୍ୟ ମଧ୍ୟନୁହେଁ, ଏଣୁ ବିଭାଗୀୟ ଅଧିକାରୀ ଏହାର ଆଶୁ ସମାଧାନ କରିବାକୁ ସାଧାରଣ ରେ ଦାବି ହେଉଛି।
ବୋଡ଼େନ ବ୍ଲକ: କାଦୁଅ ପଚ ପଚ ସଂକୀର୍ଣ୍ଣ ରାସ୍ତା ରେ ବାଗବାହାଲ ରୁ ଡ଼ଙ୍ଗରୀଗୁଡା କୁ ଯାତାୟାତ କରନ୍ତି ଲୋକେ।
77
previous post